ଆପୋଲୋ ହସ୍ପିଟାଲ ବିକ୍ରି ମାମଲାରେ ତିନି ଗିରଫ

August 12, 2022, ଅପରାଧ, ଗଞ୍ଜାମ, Swadhina Kumar Sahu
ଆପୋଲୋ ହସ୍ପିଟାଲ ବିକ୍ରି ମାମଲାରେ ତିନି ଗିରଫ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 12, 2022

ବ୍ରହ୍ମପୁର - ସ୍ଥାନୀୟ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଭାବା ନଗର ସ୍ଥିତ ଆପୋଲୋ କ୍ଲିନିକ୍ କୋଠାକୁ ଜାଲ୍ ଲିଜ୍ ଏଗ୍ରିମେଣ୍ଟ କରି ଡାକ୍ତର ରମେଶ ଚନ୍ଦ୍ର ବାରତା ନାମକ ଜଣେ ବ୍ୟକ୍ତିଙ୍କୁ ଠକିଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ପୋଲିସ ଓମ୍ ଆରୋଗ୍ୟ ହସପିଟାଲ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ନିଶି ପ୍ରିୟଦର୍ଶନୀ, ସ୍ପେସିମେନ୍ ହୋଲ୍ଟିଂସ୍ ଲିମିଟେଡର ପରିଚାଳକ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାନ୍ତି ଓ ବେଲଗୁଣ୍ଠା କଂସାରୀ ସାହିର ବଦ୍ରିନାରାୟଣ ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ମୁତାବକ ଗତ ଜୁନ ୧୨ ତାରିଖରେ ଡାକ୍ତର ରମେଶ ଚନ୍ଦ୍ର ବାରତା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ଯେ ସେ ଆପୋଲୋ କ୍ଲିନକ୍ ସ୍ପେସିମେନ ହୋଲଡିଂ ଲିମିଟେଡ୍ ନାମକ ଏକ କମ୍ପାନୀରୁ କିଣିବା ପରେ ତାଙ୍କୁ ସେଠାରେ ଅନୁମତି ଦିଆଯାଉନାହିଁ ତାଙ୍କୁ ଠକି ଦେଇଛନ୍ତି ବୋଲି ଥାନାରେ ଲିଖିତ ଭାବେ ଜଣାଇଥିଲେ । ତେବେ ହସ୍ପିଟାଲ ଡାକ୍ତରଙ୍କୁ ବିକ୍ରି କରିବା ପରେ ତାଙ୍କର ଅଜାଣତରେ ଏଗ୍ରୀମେଣ୍ଟ କରି ଏହି କୋଠାକୁ ଲିଜ ଆକାରରେ ଦିଆଯାଇଥିବା ଜାଣିବାକୁ ପାଇଥିଲେ । ଏହି କୋଠାକୁ କିଣିବା ଲାଗି ଡାକ୍ତର ଜଣକ ୫ କୋଟି ଟଙ୍କା ଋଣ ମଧ୍ୟ କରିଥିଲେ । ପରେ ଡାକ୍ତକ ବାରତାଙ୍କୁ କମ୍ପାନୀର ଲୋକେ ଜବରଦସ୍ତି କରି ଜଣେ ବ୍ୟକ୍ତିଙ୍କ ସହିତ କମ୍ପାନୀ କରିବେ ତାହାଲେ ବିକ୍ରୀ କରିବେ ବୋଲି କହିଥିଲେ । ପରେ ନିଶି ପ୍ରିୟଦର୍ଶୀ ସହ ଏକ ଜଏଣ୍ଟ କମ୍ପାନୀ କରି ଆପୋଲୋ ହସ୍ପିଟାଲ କୁ କିଣିଥିଲେ ଡାକ୍ତର । କିଣିବାର ଗୋଟିଏ ଦିନ ପରେ ପୁଣି ଏକ କମ୍ ଦରରେ ଲିଜ୍ ଏଗ୍ରିମେଣ୍ଟ କରିଥିଲେ ସଂପୃକ୍ତ ବ୍ୟକ୍ତିମାନେ । ପରେ ଏହାକୁ ଜୋର ଜବରଦସ୍ତି ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ତେବେ ଏହି ଘଟଣାରେ ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଡ଼ା ସର୍ବନା ବିବେକ ଏମ ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

Read More...

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ

ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉତ୍ସାହ ଏବଂ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: