ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

August 12, 2022, ସ୍ବାସ୍ଥ୍ୟ, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 12, 2022

ବ୍ରହ୍ମପୁର - ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବସକୁ ଶୁଭାରମ୍ଭ କରିବା ସହ ଛାତ୍ରୀମାନଙ୍କୁ କୃମି ନାଶକ ଔଷଧ ଖୁଆଇଥିଲେ । ଏହି ଅବସରରେ କୃମି ନାଶକ ପାଇଁ ଦିଆଯାଉଥିବ ଔଷଧ ଅତ୍ୟନ୍ତ ସୁରକ୍ଷିତ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲାରେ ୧ରୁ ୧୯ ବର୍ଷ ବୟସ୍କ ପ୍ରାୟ ୮ଲକ୍ଷ ୨୨ ହଜାର ଜଣ ଶିଶୁ ଓ କିଶୋରଙ୍କୁ ଏହି ଔଷଧ ପ୍ରଦାନ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନରେ ଔଷଧ ବଣ୍ଟନ କରାଯିବ। ବିନା କୌଣସି ଭୟରେ ସମସ୍ତ ଶିଶୁ ଔଷଧ ଖାଇବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶୁମାନେ କୃମିରେ ଆକ୍ରାନ୍ତ ହେବାର ସର୍ବାଧିକ ଆଶଙ୍କା ରହୁଛି। ସେଥିପାଇଁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ବଣ୍ଟନ କରାଯିବ। ୧ରୁ ୫ ବର୍ଷ ପର୍ଯ୍ୟନ୍ତ ୨ଲକ୍ଷ ୨୧ହଜାର ୫୫୦ଜଣ ଏବଂ ୬ରୁ ୧୯ ବର୍ଷର ୬ଲକ୍ଷ ୬୮୦ଜଣଙ୍କୁ ଔଷଧ ଦିଆଯିବ। ଯଦି କୌଣସି ଶିଶୁଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରୀୟା ଦେଖାଦିଏ, ତେବେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।


ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌.ଜଗଦିଶ ପଟ୍ଟନାୟକ, ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ପଣ୍ଡା, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ସିପିଏମ୍‌ୟୁ ସିପିଏମ୍‌ ଲମ୍ବୋଦର ଦିଗାଲ, ଡିଏମ୍‌ଆରସିଏଚ୍‌ ଶକ୍ତି କୁମାର ଦିଗାଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତିବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

Read More...

ଆପୋଲୋ ହସ୍ପିଟାଲ ବିକ୍ରି ମାମଲାରେ ତିନି ଗିରଫ

ଆପୋଲୋ ହସ୍ପିଟାଲ ବିକ୍ରି ମାମଲାରେ ତିନି ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: