ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ

August 12, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳିତ
Gouri Shankar Mishra
[ Video Journalist ]
Bhagyaprabha News Bureau
August 12, 2022

ବ୍ରହ୍ମପୁର- ଆଜି ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ ତରଫରୁ ସ୍ଥାନୀୟ କଳିଙ୍ଗ ବିଦ୍ୟା ମନ୍ଦିର ଠାରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇ ଥିବା ବେଳେ ସମ୍ନାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ରଜତ ମିଶ୍ର, ସ୍ବେଛାସେବୀ ବନମାଳୀ ପ୍ରଧାନ, ସର୍ପ ମିତ୍ର ଅରବିନ୍ଦ ଦେଶିବେହେରା, ବିଦ୍ୟାଳୟ ସଭାପତି ଜବାହାର ଲାଲ ପାତ୍ର, ସମ୍ପାଦକ ହରି କୃଷ୍ଣ କୋଠିଆ, ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଳା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ହସ୍ତୀ ସୁରକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବାସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୁପେ ପାଳନ କରାଯାଇଥାଏ, ସେହିପରି ଓଡିଶାକୁ ଏକଦା ହାତୀଙ୍କ ଏନ୍ତୁଡିଶାଳ ବୋଲି କୁହାଯାଉଥିଲା । ଓଡିଶାର ରାଜା ମହାରାଜା ମାନଙ୍କୁ ଗଜପତି ଉପାଧିରେ ଭୂଷିତ କରାଯାଇଥିଲା ତେବେ ସେହି ଏନ୍ତୁଡିଶାଳ ଆଜି ଅସୁରକ୍ଷିତ । ରାଜ୍ୟରେ କିଛି ବର୍ଷ ହେବ କେଉଁଠି ନା କେଉଁଠି ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ହେଉଛି । ଆମ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ, ଘୁମୁସର ବନଖଣ୍ଡ ରେ ମଧ୍ୟ ହାତୀଙ୍କ ଗତିବିଧି ନଜର ଆସିଥିବା ବେଳେ ସେମାନଙ୍କ ସୁରକ୍ଷା ଅନିର୍ଵାଯ୍ୟ l ହାତୀଙ୍କ ସୁରକ୍ଷା ପାଇଁ ଆଜିର ଦିନଟିଏ ହୋଇଥିବା ବେଳେ ସାଧାରଣତଃ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ୨୦୧୨ ମସିହାରେ ଅଗଷ୍ଟ ୧୨ ତାରିଖକୁ ପ୍ରଥମେ ବିଶ୍ୱ ହସ୍ତୀଦିବସ ଭାବେ ପାଳନ କରାଯାଇଥିଲା । ଖଣିଖାଦନ,ଶିଳ୍ପ,ଜଙ୍ଗଲ ମଧ୍ୟରେ ରାସ୍ତାଘାଟ ନିର୍ମାଣ,କାଠ ମାଫିଆଙ୍କ ପ୍ରାଦୁର୍ଭାବ,ଜଙ୍ଗଲ ନଷ୍ଟ ଓ ଜବରଦଖଲ ଆଦି କାରଣରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ହାତୀମାନଙ୍କ ଆଶ୍ରୟସ୍ଥଳୀ, ଚଲାପଥ ଓ କରିଡର ସବୁ ନଷ୍ଟ ହୋଇଯାଇଛି ଫଳରେ ହାତୀମାନେ ପଥ ଭ୍ରଷ୍ଟ ହୋଇ ଖାଦ୍ୟ ଅନ୍ବେଷଣ ରେ। ସେହିପରି ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବାବେଳେ ଖାଦ୍ୟଭାବ ଦେଖାଦେଉଥିବାରୁ ଜନବସତିମୁହାଁ ହୋଇ ଧନ ଜୀବନ ଫସଲ ହାନି ଘଟୁଛି । ଅନେକ ସମୟରେ ପଥ ଭ୍ରଷ୍ଟ ହୋଇ ହାତୀମାନେ ରାସ୍ତାଘାଟ ଓ ରେଳ ଲାଇନ ପାର ହେବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବନପାଳ ବାବୁ ସେଠି, ରୂପକ ପ୍ରଧାନ, ସୋନୁ ମାନ୍ନା, ବିଜେନ୍ଦ୍ର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଠାରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ବ୍ରହ୍ମପୁର ଠାରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

Read More...

ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

ଅଖିଳ ଭାରତ ଛାତ୍ର ସଙ୍ଘର ୮୭ତମ ପ୍ରତିଷ୍ଠା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: