ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ : ୨ ମହିଳାଙ୍କ ସମେତ ୪ ଗୁରୁତର

August 12, 2022, ଅପରାଧ, ଗଞ୍ଜାମ, Kiran Behera
ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ସଂଘର୍ଷ : ୨ ମହିଳାଙ୍କ ସମେତ ୪ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
August 12, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସାହାଣୀ ସାହିରେ ଶୁକ୍ରବାର ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ଜଣାପଡିଛି । ଛୁରା ମାଡ଼ରେ ସୁଶାନ୍ତ ଦାସ ଗୁରୁତର ଆହାତ ହୋଇଥିବା ବେଳେ କାତି ଚୋଟରେ ସୁକାନ୍ତି ଦାସ ଏବଂ ମୁନା ଦାସ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହାତ ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ବିପକ୍ଷ ଗୋଷ୍ଠୀର ଜଣେ ମହିଳା ଆହାତ ହୋଇଛନ୍ତି । ଉଭୟ ପକ୍ଷ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ପ୍ରାୟ ୪ ବର୍ଷ ପୂର୍ବେ ସାହିରେ ସୁଶାନ୍ତଙ୍କ ପରିବାରଙ୍କୁ ଜାତିଆଣ ବାସନ୍ଦ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ପରିବାରକୁ ସାହିରୁ ବିତାଡିତ କରାଯାଇଥିଲା । ପରେ କୁଳ ସଭା ଓ ଜାତିର ମୁଖିଆ ମାନଙ୍କ ନିଷ୍ପତ୍ତି କ୍ରମେ ସୁଶାନ୍ତଙ୍କ ପରିବାରଙ୍କୁ ୩୦ ହଜାର ଜରିମନା ଧାର୍ଯ୍ୟ କରାଯାଇ ଜାତିରେ ମିଶା ଯାଇଥିଲା । ଏନେଇ ସାହିରେ ୨ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା । ଶୁକ୍ରବାର ସକାଳେ ସୁଶାନ୍ତ ବାଇକ ଯୋଗେ ପରିବା କିଣିବାକୁ ଯାଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ବିପକ୍ଷ ଗୋଷ୍ଠୀର ଲକ୍ଷ୍ମଣ ଦାସ ,ରାଜା ଦାସ , ଶିବ ଦାସ , କୃଷ୍ଣ ଦାସ , ସଞ୍ଜୟ ଦାସ , ଅହଲ୍ୟା ଦାସ , କୌଶଲ୍ୟା ଦାସ ,ପୁଷ୍ପ ଦାସ ପ୍ରମୁଖ ଛୁରୀ , ଠେଙ୍ଗା ଓ କାତିରେ ଘାତକ ଆକ୍ରମଣ କରିଥିଲେ । ଭାଇକୁ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଯାଇଥିବା ଭଉଣି ସୁକାନ୍ତି ଏବଂ ଭାଇ ମୁନାଙ୍କୁ ସେମାନେ ସଂଘବଦ୍ଧ ଆକ୍ରମଣ କରିଥିବା ପୋଲିସ କହିଛି । ଅପରପକ୍ଷରେ ସୁଶାନ୍ତ ଏବଂ ମୁନାଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି । ଉଭୟ ପକ୍ଷଙ୍କ ଏତଲା କ୍ରମେ ପୋଲିସ ପୃଥକ ମାମଲା ରୁଜୁ କରିଛି। ଘଟଣାକୁ ନେଇ ସାହିରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଥାନା ଏସ୍ ଆଇ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଓଡ଼ିଶା ଜୀବିକା ମିଶନ୍ ସହଯୋଗରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ମୟୂରଭଞ୍ଜ ଜିଲ୍ଲା ମୋରଡାରେ ଓଡ଼ିଶା ଜୀବିକା ମିଶନ୍ ସହଯୋଗରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Read More...

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଲୟରେ ଜାତୀୟ କୃମି ନାଶକ ଦିବସ ପାଳିତ

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଲୟରେ ଜାତୀୟ କୃମି ନାଶକ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: