ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବ୍ରହ୍ମପୁର ଆଞ୍ଚଳିକ ପରିଷଦ ବୈଠକ

August 19, 2022, ରାଜନୀତି, ଗଞ୍ଜାମ, Gouri Shankar Mishra
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବ୍ରହ୍ମପୁର ଆଞ୍ଚଳିକ ପରିଷଦ  ବୈଠକ
Gouri Shankar Mishra
[ Video Journalist ]
Bhagyaprabha News Bureau
August 19, 2022

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ବ୍ରହ୍ମପୁର ଆଞ୍ଚଳିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ପାର୍କ ସାହି ସ୍ଥିତ ଜିଲ୍ଲା କାର୍ଯ୍ୟlଳୟ ପରିସରରେ ସାଥି ରାମ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ସେପ୍ଟେମ୍ବର 3 ଓ 4 ତାରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ସହରର ପ୍ରକାଶ ମହଲ ଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା l ସମ୍ମିଳନୀଙ୍କୁ ସଫଳ କରିବା ପାଇଁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିଲା l ଏହି କମିଟିର ଚେୟାରମ୍ୟାନ ପାର୍ଟିର ରାଜ୍ୟ ସମ୍ପାଦକ ସାଥି ପ୍ରଶାନ୍ତ କୁମାର ପଟ୍ଟଯୋଶୀ, ସାଧାରଣ ସମ୍ପାଦକ ସାଥି କାମଦେବ ନାହାକ, ସମ୍ପାଦକ ପ୍ରତିମା କୁମାରୀ ଦେବୀ ଓ ରୋହିତ ବିଶୋଇ ,କୋଷାଧକ୍ଷ ସାଥି ଏ. ସୁଧୀର ନାମ ସ୍ଥିର କରାଯାଇଥିଲା l


ବ୍ରହ୍ମପୁର ଆଞ୍ଚଳିକ ପରିଷଦ ବୈଠକରେ ପାର୍ଟିର ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର, ଅଖିଳ ଭାରତ ଯୁବ ସଙ୍ଘର ରାଜ୍ୟ ସଭାପତି ସାଥି ପ୍ରଦୀପ ସେଠି, ପାର୍ଟିର ରାଜ୍ୟ ନେତା ରମେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଜିଲ୍ଲା ସମ୍ମିଳନୀକୁ ବ୍ରହ୍ମପୁର ଆଞ୍ଚଳିକ ପରିଷଦରୁ 7ଜଣ ପ୍ରତିନିଧିଙ୍କ ନାମ ତାଲିକା କରାଯାଇଛି । ଜିଲ୍ଲା ସମ୍ମିଳନୀଙ୍କୁ ସଫଳ କରିବା ପାଇଁ ବ୍ରହ୍ମପୁରର ସମସ୍ତ ବୁଦ୍ଧିଜୀବୀ ମାନଙ୍କୁ ଯାହାର୍ଯ୍ୟ ଓ ସହଯୋଗ କରିବା ପାଇଁ ଏହି ବୈଠକରେ ନିବେଦନ କରିଥିଲେ l ଏହି ବୈଠକରେ ମହେନ୍ଦ୍ର ପାତ୍ର, ମହମ୍ମଦ ଉଷମାନ, କାଳିକିଙ୍କର ପାତ୍ର, କୃଷ୍ଣ ଚନ୍ଦ୍ର ବେହେରା ଓ ପ୍ରଭାତୀ ଦେବୀ ସମସ୍ତ ଆଲୋଚନାରେ ଅଂଶ ଗହଣ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା  ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପ୍ରତିଷ୍ଠା ଦିବସ

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ପ୍ରତିଷ୍ଠା ଦିବସ

Read More...

ଅସହାୟ ପରିବାରର ମୃତ ମହିଳାଙ୍କ ଶବକୁ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥା କଲେ ବ୍ରହ୍ମପୁର ବିଧାୟକ

ଅସହାୟ ପରିବାରର ମୃତ ମହିଳାଙ୍କ ଶବକୁ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥା କଲେ ବ୍ରହ୍ମପୁର ବିଧାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: