ବଡଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟର, ଦୁଇ ଆତଙ୍କୀ ନିହିତ

March 29, 2019, ଅପରାଧ, , Bhagyaprabha News Bureau
ବଡଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟର, ଦୁଇ ଆତଙ୍କୀ ନିହିତ
Bhagyaprabha News Bureau
March 29, 2019

ଜମ୍ମୁ ଓ କଶ୍ମୀରର ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ସୁତ୍‌ସୁ ଗ୍ରାମରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଦୁଇ ଜଣ ଆତଙ୍କବାଦୀ ଓ ଚାରି ଜଣ ଯବାନ ମଧ୍ୟ ଆହତ ହୋଇଥିବା ଖବର ମିଳିଛି ।ସେ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ୍‌ ଓ ସର୍ଚ ଅଭିଯାନ ଚଳାଇଛି। ନିହତ ଆତଙ୍କବାଦୀମାନେ ଜୈଶ୍‌-ଏ-ମହମ୍ମଦ୍‌ ଅନୁବନ୍ଧିତ ସଂଗଠନର ବୋଲି ବିଶ୍ୱାସ କରାଯାଉଛି। ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ ବିଜବେହରା ଠାରୁ ହିଜ୍‌ବ୍‌-ଉଲ୍‌-ମୁଜାହିଦୀନ୍‌ ସଂଗଠନର ବୋଲି କୁହାଯାଉଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଆଜିର ଘଟଣା ଘଟିଛି । ସୂଚନାଯୋଗ୍ୟ ବୁଧୁବାର-ଗୁରୁବାର ରାତି ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ଅତର୍କିତ ଭାବରେ ପହଂଚି ଏନକାଉଣ୍ଟର ଆରମ୍ଭ କରି ଦେଇଥିଲେ । ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସୁରକ୍ଷାବଳ ସହିତ ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଥିଲା । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ । ଏହି ଆତଙ୍କବାଦୀମାନେ ଜଣେ ୧୨ ବର୍ଷର ବାଳକକୁ ବନ୍ଧକ କରି ହତ୍ୟା କରିଥିଲେ । ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟ ୧୦ରେ ପହଂଚିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୟପୁର ଠାରେ ଦେଲେ ଉଦବୋଧନ

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୟପୁର ଠାରେ ଦେଲେ ଉଦବୋଧନ

Read More...

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ନିଲମ୍ବିତ

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ନିଲମ୍ବିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: