ସାର୍ଟିଫିକେଟ ପାଇଲେ କଲେଜ ଛାତ୍ରୀ : ୩ ଗିରଫ

September 23, 2022, ଅପରାଧ, ଗଞ୍ଜାମ, Manoj Kumar Sahu
ସାର୍ଟିଫିକେଟ ପାଇଲେ କଲେଜ ଛାତ୍ରୀ : ୩ ଗିରଫ
Manoj Kumar Sahu
[ Reporter Hinjilli, Ganjam ]
Bhagyaprabha News Bureau
September 23, 2022

ଗଞ୍ଜାମ ଜିଲ୍ଲା ହିଞ୍ଜିଳିଥାନା ସିକିରି ରାସ୍ତାରେ କଲେଜ ଛାତ୍ରୀଙ୍କ ଠାରୁ କଲେଜ୍ ବ୍ୟାଗ୍ ଓ ମୋବାଇଲ ଲୁଟ୍ ଘଟଣାରେ ହିଞ୍ଜିଳି ପୋଲିସ ୩ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ କରିବା ସହ ପୋଲିସ ସେମାନଙ୍କ ଠାରୁ ଚୋରି ହୋଇଥିବା ସାର୍ଟିଫିକେଟ , ବ୍ୟାଙ୍କ ଖାତା , ଆଧାର କାର୍ଡ ,ଜବତ କରିବା ସହ ଚୋରିରେ ବ୍ୟବହୃତ ମୋଟର ସାଇକେଲକୁ ପୋଲିସ ଜବତ କରିଛି । ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ହେଲେ ପାଟପୁର ଥାନା କଙ୍କୋରଡା ଗ୍ରାମର ଅଶୋକ ବିଷୋୟୀ ,ଶ୍ରୀକାନ୍ତ ଜେନା ,ସୁୁବ୍ରତ ଜେନା ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତମାସ ୨୫ ତାରିଖରେ ବାଦି ଆମ୍ବଗାଁର ଜଣେ ବିଦ୍ୟାର୍ଥି ନିଜ ସାଙ୍ଗ ମାନଙ୍କ ସହ କଲେଜରୁ ଘରକୁ ଫେରୁଥିବା ସମୟରେ ସିକିରି ରାସ୍ତାରେ ଦୁର୍ବୁତ୍ତ ମାନେ କଲେଜ ବ୍ୟାଗ ସହ ମୋବାଇଲ ଲୁଟି ନେଇଥିବା ସେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ହିଞ୍ଜିଳି ପୋଲିସ ଥାନା କେସ୍ ନଂ ୪୪୫/୨୨ ରେ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ଆଜି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କଲେଜ ଛାତ୍ରୀ ନିଜର ଚୋରି ହୋଇଥିବା ସାର୍ଟିଫିକେଟ୍ , ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ହିଞ୍ଜିଳି ପୋଲିସ ଠାରୁ ପାଇ ବେଶ ଖୁସି ଅନୁଭବ କରିବା ସହ ପୋଲିସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପଦର ବନ୍ଧୁ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ

ବିପଦର ବନ୍ଧୁ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ

Read More...

ସଡକ ଦୁର୍ଘଟଣାରେ କଲେଜ ଛାତ୍ର ଗୁରୁତର

ସଡକ ଦୁର୍ଘଟଣାରେ କଲେଜ ଛାତ୍ର ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: