ବିପଦର ବନ୍ଧୁ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ

September 24, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବିପଦର ବନ୍ଧୁ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ
Gouri Shankar Mishra
[ Video Journalist ]
Bhagyaprabha News Bureau
September 24, 2022

ବିପଦର ବନ୍ଧୁ ଓଡ଼ିଶା ସଂଗଠନ ତରଫରୁ ପଞ୍ଚମ ସ୍ଵନକ୍ଷତ୍ର ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏମକେସିଜି ମେଡିକାଲ କଲେଜର କୁଳ ସଚିବ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ପ୍ରଫେସର ରମାରମଣ ପାଢ଼ୀ, ସ୍ୱତନ୍ତ୍ର ଅତିଥି ରୂପେ ଶବର ସାଥି ଅଭିମନ୍ୟୁ ଦାସ , ସମ୍ମାନିତ ଅତିଥି ରୂପେ ଅନୁପମ ବାନାର୍ଜୀ ଓ ସୁଳପାଣି ଶତପଥୀ ଯୋଗ ଦେଇଥିଲେ। ସେହିପରି ବିପଦର ବନ୍ଧୁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶିବରାମ ପାତ୍ର ଓ ସଭାପତି ରବିନ କୁମାର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡିଶାର କୋଣ ଅନୁକୋଣ ରୁ 80 ଟି ସ୍ବେଚ୍ଛାସେବୀ ସଂଗଠନ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ପ୍ରଥମେ ଏମଏମଡି ଗ୍ରୁପର କୁନିକୁନି କଳାକାର ଙ୍କ ନୃତ୍ୟ ପରିବେଷଣ ଓ ସ୍ୱାଗତ ସଙ୍ଗୀତ କରାଯାଇଥିଲା । ସଂଗଠନର ପଞ୍ଚମ ସ୍ଵନକ୍ଷତ୍ର ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜରେ ଉତ୍କୃଷ୍ଟ ସେବା ଯୋଗାଉଥିବା 80 ଟି ସ୍ବେଚ୍ଛାସେବୀ ସଂଗଠନ କୁ ସମର୍ଦ୍ଧନା କରାଯାଇଥିଲା। ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ସମାଜରେ ବିପଦର ବନ୍ଧୁ ରୂପେ କାର୍ଯ୍ୟ କରି ଅହରହ ଦୁଃଖୀ ଓ ପତିତ ଜନ ଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଥିବା ବିପଦର ବନ୍ଧୁ ସଂଗଠନ କୁ ଅତିଥି ମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଅନୁଷ୍ଠାନ ର ଏହି ପ୍ରୟାସ ଦ୍ୱାରା ସଭିଙ୍କ ଭିତରେ ଏକ ନୂତନ ପ୍ରେରଣା ଜାଗ୍ରତ ହେବ ବୋଲି ମୁଖ୍ୟବକ୍ତା ନିଜ ଅଭିମତ ରଖିଥିଲେ । ସମସ୍ତେ ଉତ୍ତମ ସେବା ଯୋଗାଇବା ସହ ବିପଦର ବନ୍ଧୁ ଭଳି କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଞ୍ଜ ସାର ନିଜ ଅଭିଭାଷଣ ରେ କହିଥିଲେ । ପ୍ରତିଷ୍ଠାତା ଶିବରାମ ପାତ୍ର ସୁନ୍ଦର ପରିକଳ୍ପନା ସ୍ୱରୂପ ସଂଗଠନ ର କାର୍ଯ୍ୟ ସୁଦୂର ପ୍ରସାରୀ ହୋଇ ଓଡ଼ିଶାର ର ପ୍ରତ୍ୟେକ ଜାଗାରେ ସ୍ବେଚ୍ଛାସେବୀ ମାନେ ସେବା ଯୋଗାଇ ପାରୁଛନ୍ତି । ସଭାପତି ରବିନ ସାହୁ ଓ ସଂଗଠନର ସମସ୍ତ ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ  କାର୍ଯ୍ୟକ୍ରମ

ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ କାର୍ଯ୍ୟକ୍ରମ

Read More...

ସାର୍ଟିଫିକେଟ ପାଇଲେ କଲେଜ ଛାତ୍ରୀ : ୩ ଗିରଫ

ସାର୍ଟିଫିକେଟ ପାଇଲେ କଲେଜ ଛାତ୍ରୀ : ୩ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: