ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ କାର୍ଯ୍ୟକ୍ରମ

September 24, 2022, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ  କାର୍ଯ୍ୟକ୍ରମ
Gouri Shankar Mishra
[ Video Journalist ]
Bhagyaprabha News Bureau
September 24, 2022

ବ୍ରହ୍ମପୁର - ମୋଦିଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ୟକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ ନୂଆଁଗାଁ ୨୭ନଂ ୱାର୍ଡରେ କର୍ପୋରେଟର ତଥା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ମାଁ କାଳୁଆ ହୋଟଲର କଲ୍ୟାଣୀ ମଣ୍ଡପ ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ବ୍ରହ୍ମପୁର ନଗର ନିର୍ବାଚନରେ ଭାଜପାର ମେୟର ପ୍ରାର୍ଥୀ ଭାବରେ ପ୍ରତିଦ୍ୱିନ୍ଦିତା କରିଥିବା ସବିତା ସୁଆର, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନ ସମାନ୍ତରା, ୩ନଂ ୱାର୍ଡ କର୍ପୋରେଟର ସବିତା ସାହୁ, ୨୨ନଂ କର୍ପୋରେଟର ପ୍ରଦୀପ ଶତପଥି, ୨୧ ନଂ କର୍ପୋରେଟର କରୁଣାକର, ୩୭ନଂ କର୍ପୋରେଟର ବନିତା ସାହୁ। ବରିଷ୍ଠ ନେତା ରବି ସାହୁ,ବାଳକୃଷ୍ଣ ସାମନ୍ତରା, ସ୍ୱାସ୍ଥ୍ଯ ସେଲ ସଂଯୋଜକ ରାଜୀବ ମିଶ୍ର, ସ୍ୱଚ୍ଛ ଭାରତ ସଂଯୋଜକ ରାମ କୁମାର ପାତ୍ର, ଅନନ୍ତ ନାରାୟଣ ମହାନ୍ତି, ସୁଶୀଳା ମଲ୍ଲିକ, ସନ୍ତୋଷୀ ସାହୁ, ଗଜେନ୍ଦ୍ର ଚୌଧୁରୀ, ନଳିନୀ ସାହୁ,ବାବୁ ସେଠି, ମହେଶ ସାହୁ,ବିନୋଦ ସିଂ, ସୁଶିଳା ସିଂ, ମିଲନ ସିଂ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି କିରଣ ସାହୁ, ଯୁବ ନେତା କମଲ ପାତ୍ର, ମହେଶ ତ୍ରିପାଠୀ, ଅର୍ଜୁନ ଜେନା, ରାଜେନ୍ଦ୍ର କୁମାର, ଅମ୍ବିକା ପଣ୍ଡା, ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ବିନାୟକ ରଥ। ଆଡଭୋକେଟ ବିଘ୍ନରାଜ ନାୟକ, ଶିବ ପାଣିଗ୍ରାହୀ, ଚିତ୍ତରଂଜନ ସାହୁ, ସାଗର ମୁଖି, ରବି ସାବତ, ଅଭୟ ଶତପଥୀ, ପ୍ରହ୍ଲାଦ ପାଣିଗ୍ରାହୂ, ଶ୍ରୀଧର ପାଣିଗ୍ରାହୀ, ଏ.ମହେଶ କୁମାର (ହନି), ଆଶୁତୋଷ ଚୌଧୁରୀ, ଆଶୁତୋଷ ପଣ୍ଡା, କିଷନ ପଣ୍ଡା, କେ.ଅନିଲ, ପ୍ରଣବ ପଣ୍ଡା, ମଧୁସ୍ମୀତା ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ ସାହୁ ସମେତ ବହୁ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ରକ୍ତଦାନ କାର୍ଯ୍ଯରେ ସହଯୋଗ କରିଥିଲେ।ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସାଳୟ ରକ୍ତ ଭଣ୍ଡାର ତରଫରୁ ଡା.ଜୟନ୍ତ କୁମାର ମିଶ୍ର, ଗୋପାଳ କୃଷ୍ଣ ପଣ୍ଡା, ଲ୍ଯାବ ଟେକ୍ନିସିଆନ, ସୁଶାନ୍ତ କୁମାର ପାଣିଗ୍ରାହୀ, ସାମାଜିକ କର୍ମୀ, ଡି. କ୍ରିଷ୍ଣା ରେଡ୍ଡୀ, ରାମହରି ପଣ୍ଡା (ଡ୍ରାଇଭର)। ସୁଶାନ୍ତ ପଣ୍ଡା (ଡ୍ରାଇଭର), ବାବୁନି ବେହେରା ପ୍ରମୁଖ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର

ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିର

Read More...

ବିପଦର ବନ୍ଧୁ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ

ବିପଦର ବନ୍ଧୁ ତରଫରୁ ରାଜ୍ୟ ସ୍ତରୀୟ ସେବା ସମର୍ଦ୍ଧନା ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: