ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

October 17, 2022, ବିଶେଷ, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
October 17, 2022

ବ୍ରହ୍ମପୁର ସହରର ବିଭିନ୍ନ ପ୍ରମୁଖ ସମସ୍ୟାଙ୍କୁ ନେଇ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସହରର କିଛି କର୍ପୋର୍ଟେର ଓ ବୁଦ୍ଧିଜୀବୀ । ବ୍ରହ୍ମପୁର ସହରର ଦକ୍ଷିଣ ଓଡିଶାର ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ନିତିଦିନ ବିଭିନ୍ନ ବର୍ଗର ଲୋକ ଏଠାକୁ ଯାତୟାତ କରୁଛନ୍ତି । ଏହି ସମୟରେ ସେମାନଙ୍କ ସମସ୍ୟାକୁ ଦୁଇଗୁଣିତ କରୁଛି ସହରର ସଡକ ବ୍ୟବସ୍ଥା । ଏଠାକାର ସମସ୍ତ ରାସ୍ତା ଖାଲଖମାରେ ଭରପୂର ହୋଇ ରହିଥିବା ବେଳେ ନିତିଦିନ ବହୁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି । ଯାହା ଫଳରେ ନିଜର ଅତ୍ୟାବଶକୀୟ କାର୍ଯ୍ୟ ପାଇ ଆସିଥିବା ବ୍ୟକ୍ତିଟି ନାନା ହଇରାଣ ହରକତର ଶିକାର ହେଉଛି । ସେହିପରି କିଛି ସମୟର ବର୍ଷାରେ ସମଗ୍ର ସହର ଜଳମଗ୍ନ ହେଇ ଯାଉଛି । ସହରର ସମସ୍ତ ନାଳ ପାଣିରେ ଭରି ହୋଇ ଲୋକଙ୍କ ଘରେ ନାଳପାଣି ପଶୁଛି । ସେହିପରି ବହୁବାର ଜନ ସାଧାରଣ ବ୍ରହ୍ମପୁର ମହାନଗର ନିଗମର ଅଧିକାରୀଙ୍କୁ ଏହି ବିଷୟ ଉପରେ ଅବଗତ କରାଇଥିଲେ ମଧ୍ୟ ଏହାର ସମାଧାନ ପାଇଁ କେହିବି ତପ୍ତରତା ପ୍ରକାଶ କରୁନଥିବା ଦେଖା ଦେଇଛି । ଯନ୍ତ୍ରୀ ମାନଙ୍କର ଖାମଖିଆଲି ନିତି ହେଉଛି ଏହି ସମସ୍ତ ସମସ୍ୟାର ମୁଖ୍ୟ କାରଣ, ତେଣୁ ଏହି ସମସ୍ତ ସମସ୍ୟାର ସମାଧାନ କରିବା ସହିତ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆଜି ଦାବି କରିବା ସହିତ ଏ ନେଇ ଏକ ଲିଖିତ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ପ୍ରଦାନ କରାଯାଇଛି । ତତ ସହିତ ଏହାର ଏକକତା ନକଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବ, ପୂର୍ତ୍ତ ବିଭାଗ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ କର୍ପୋରେଟର ନିଳକଣ୍ଠ ସାହୁ, ଧିରେଶ ସାବତ, ନରସିଂହ ସେଠୀ, ବନିତା ସାହୁ, ଡି କରୁଣାକର, ଙ୍କ ସମେତ ଆଇନଜୀବୀ ଅଶୋକ ଶୁକ୍ଳ, ସମାଜସେବୀ ରାମ କୁମାର ପାତ୍ର, ସିଏଚ ଆପନା, ଏନ ରାଜେନ୍ଦ୍ର କୁମାର, ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋ-ଚାଲାଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ବସିନ୍ଦା

ଗୋ-ଚାଲାଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ବସିନ୍ଦା

Read More...

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: