ଗୋ-ଚାଲାଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ବସିନ୍ଦା

October 17, 2022, ଅପରାଧ, ଗଞ୍ଜାମ, Swadhina Kumar Sahu
ଗୋ-ଚାଲାଣକାରୀଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ବସିନ୍ଦା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
October 17, 2022

ବ୍ରହ୍ମପୁର ସହର ଦେଇ ବାହାର ରାଜ୍ୟକୁ ଗୋ ଚାଲାଣ କରାଯାଉଥିବା ବେଳେ ତାହାକୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି ସମାଜସେବୀମାନେ । ସୂଚନା ମୁତାବକ ଆଜି ଭୋର ୪ଟା ସମୟରେ ବ୍ରହ୍ମପୁର ଫାଷ୍ଟଗେଟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଖାନ ତଲାସି ଜାରି ରହିଥିବା ବେଳେ ପିକଅପ ଭ୍ୟାନ ଗୋଟିଏ ଆସିଥିଲା, ଉକ୍ତ ଭ୍ୟାନରେ ୧୦ରୁ ଉର୍ଦ୍ଧ ଗାଇ କୁ ଲଦି ଚାଲାଣ କରାଯାଉଥିଲା । ସେହି ସମୟରେ ଉକ୍ତ ସ୍ଥାନରେ ସ୍ଥାନୀୟ କିଛି ସମାଜସେବୀ ଏହାକୁ ଦେଖିଥିଲେ ଏଭା ପଛରେ ଆସୁଥିବା ୪ଟି ଗାଡି ବିଷୟରେ ମଧ୍ୟ ଖବର ସଂଗ୍ରହ କରିଥିଲେ । ଏହାପରେ ଅବକାରୀ ବିଭାଗର ସହାୟତାରେ ସମାଜସେବୀ ମାନେ ସମସ୍ତ ପାଞ୍ଚ ଗୋଟି ପିକଅପ ଭ୍ୟାନ ଏବଂ ଚାଳକ ଓ ଚାଲାଣକାରୀ ମାନଙ୍କୁ ନେଇ ବ୍ରହ୍ମପୁର ବଡ ବଜାର ଥାନାରେ ଜିମା ଦେଇଥିଲେ । ସମସ୍ତ ପାଞ୍ଚଗୋଟି ଗାଡିରେ ମୋଟ ୫୨ଟି ବିଭିନ୍ନ ପ୍ରଜାତିର ଗାଇ, ଗୋରୁ, ବାଛୁରି ଓ ଷଣ୍ଢ ରହିଥିଲେ । ଏହାପରେ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନଙ୍କ ଦ୍ୱାରା ସମସ୍ତ ଗାଇର ଚିକିତ୍ସା କରାଯାଇଥିଲା । ସମସ୍ତ ଗାଇ ସୁସ୍ଥ ଥିବା ବେଳେ ଚାଲାଣ ବେଳେ କିଛି ଗାଇଙ୍କୁ ସାମାନ୍ୟ ଆଘାତ ଲାଗିଥିବା ପଶୁ ଚିକିତ୍ସକ କିରଣ ବିଷୋୟୀ କହିଛନ୍ତି । ସେମାନେ ଏହି ରାସ୍ତାରେ ନତିଦିନ ଚାଲାଣ କରୁଥିବା ସମେଜସେବୀମାନେ ପଚାରିବା ସମୟରେ ସୂଚନା ଦେଇଥିଲେ । ସେହିପରି ବର୍ତ୍ତମାନ ସମସ୍ତ ଗାଇ ବଡବଜାର ଥାନା ପରିସରରେ ରହିଥିବା ବେଳେ ଥାନାରେ ୯ଜଣ ଚାଲାଣକାରୀ ଅଟକ ରହିଛନ୍ତି । ଅନ୍ୟପଟେ ଏ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜ କରାଯାଇଥିବା ଜଣାଯାଇଛ । ଏହିପରି ମହାନ କାର୍ଯ୍ୟ କରିଥିବାରୁ ସମାଜସେବୀମାନଙ୍କୁ ବଜରଙ୍ଗ ଦଳ ପକ୍ଷରୁ ଉପଢୋକନ ଦେଇ ସମ୍ମାନୀତ କରାଯାଇଥିଲା । ଗାଇମାନଙ୍କୁ ଉଦ୍ଧାର କରିବାରେ ସମାଜସେବୀ ଭୈରବ ସାହୁ, ତୁଷାରକାନ୍ତ ଦାସ, ରୋସନ ସାହୁ, ଜିଣ୍ଟୁ ଦଲେଇ, ସତ୍ୟବ୍ରତ ଦାସ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗସ୍ତିନୂଆଗାଁରେ ଛତ୍ରପୁର  ବ୍ଲକ ଅଧକ୍ଷାଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା

ଅଗସ୍ତିନୂଆଗାଁରେ ଛତ୍ରପୁର ବ୍ଲକ ଅଧକ୍ଷାଙ୍କ ନେତୃତ୍ୱରେ ବିଶାଳ ପଦଯାତ୍ରା

Read More...

ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: