ଦୁର୍ଗମ ଜଙ୍ଗଲରେ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ

December 06, 2022, ଅପରାଧ, ଗଞ୍ଜାମ, Kiran Behera
 ଦୁର୍ଗମ ଜଙ୍ଗଲରେ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ
Kiran Behera
[ Reporter,Digapahandi ]
Bhagyaprabha News Bureau
December 06, 2022

ପାଟପୁର ଥାନା ପୋଲିସ ପକ୍ଷରୁ ଗଞ୍ଜାମ - ଗଜପତି ସୀମାନ୍ତ ଅଞ୍ଚଳ ଟି . ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଏବଂ ଦଶେଇପୁର ନିକଟସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପୋଲିସ ପ୍ରଶାସନର ଉଦ୍ୟମରେ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବେଆଇନ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶକ୍ରମେ ପାଟପୁର , ଶେରଗଡ଼ ଓ ସୋରଡ଼ା ପୋଲିସ ପ୍ରଶାସନର ଉଦ୍ୟମରେ ଉକ୍ତ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇଥିଲା । ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ପୋଡ଼ି ଅଭିଯାନରେ ଆସିକା ଏସଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ , ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଓ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏହିି ଚଢ଼ାଉ ବେଳେ ଅସାମାଜିକ ଯୁବକଙ୍କ ଦ୍ବାରା ପ୍ରାୟ ବେଆଇନ ଭାବେ ୩୦ ଏକର ସରକାରୀ ଜମିରେ ବିଛେଇ ହୋଇଥିବା ୧ ଲକ୍ଷରୁ ଉର୍ଦ୍ଧ୍ବ ଗଛକୁ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅବକାରୀ ବିଭାଗ ଯେଉଁ କାର୍ଯ୍ୟ କରିବା କଥା ତାହା ପୋଲିସ କରି ଆସୁଛି । ତେଣୁ ଅବକାରୀ ବିଭାଗର ଏଭଳି ନିଷ୍କ୍ରିୟତା ଯୋଗୁଁ ପୋଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଥିବା ଜଣାପଡିଛି । ଯାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ଗ୍ରାମବାସୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜମି ଜବରଦଖଲ ଉଚ୍ଛେଦ ଦାବିରେ ପୋଡାମାରୀ ଗ୍ରାମବାସୀଙ୍କ ଆମରଣ ଅନଶନ ଚେତାବନୀ

ଜମି ଜବରଦଖଲ ଉଚ୍ଛେଦ ଦାବିରେ ପୋଡାମାରୀ ଗ୍ରାମବାସୀଙ୍କ ଆମରଣ ଅନଶନ ଚେତାବନୀ

Read More...

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: