ଗଣଶିକ୍ଷକ ଓ ଏକ୍ସ- କେଡର ଶିକ୍ଷକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

December 08, 2022, ଶିକ୍ଷା, ଗଞ୍ଜାମ, Kiran Behera
ଗଣଶିକ୍ଷକ ଓ ଏକ୍ସ- କେଡର ଶିକ୍ଷକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
December 08, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗଣଶିକ୍ଷକ ଓ ଏକ୍ସ- କେଡର ଶିକ୍ଷକ ପକ୍ଷରୁ ଗୁରୁବାର ଦିନ ୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡି ବ୍ଳକ ସଭାପତି ବିଜୟ କୁମାର ଗୈାଡଙ୍କ ନେତୃତ୍ୱରେ ଆଜି ସମସ୍ତ ଗଣଶିକ୍ଷକ ଓ ଏକ୍ସ - କେଡର ଶିକ୍ଷକ ସଂଘ ଏକତ୍ରିତ ହୋଇ ଏକ୍ସ - କେଡର ଉଛେଦ , ବାଦ ପଡ଼ିଥିବା ଗଣ ଶିକ୍ଷକଙ୍କୁ ନିୟମିତ , ୨୦୨୦ ଠାରୁ ବନ୍ଦ ରହିଥିବା ଇନକ୍ରେମେଣ୍ଟ ପ୍ରଦାନ , ନୂତନ ପେନସନ ବାଦଦେଇ ପୁରୁଣା ପେନସନ ପ୍ରଦାନ , କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଭଳି ଦାବିନେଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କୁ ଦାବି ପ୍ରଦାନ କରିଥିଲେ । ଏହି ଦାବି ପ୍ରଦାନ ସମୟରେ ବ୍ଳକ ସଭାପତି ଶ୍ରୀ ଗୈାଡ ସମେତ ସଂପାଦକ ଗଙ୍ଗାଧର ପ୍ରଧାନ , ସହ ସଂପାଦକ ଅଲେଖ ନାଇକ , ଉପ ସଭାପତି ସନ୍ତୋଷ କୁମାର ସାହୁ , କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ଗୈାଡ , କୋଷାଧ୍ୟକ୍ଷ କୁରେଶୁ ଡାକୁଆ , ସହ କୋଷାଧ୍ୟକ୍ଷ ଭାଗିରଥି ରାହା ସମେତ ସମସ୍ତ ଶିକ୍ଷକ ସଂଘ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା କୃଷକସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଓଡ଼ିଶା କୃଷକସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Read More...

ଅବକାରୀ ଯାଞ୍ଚ ବେଳେ ଗଞ୍ଜେଇ ସହ ବାହାରିଲା ସୁନା

ଅବକାରୀ ଯାଞ୍ଚ ବେଳେ ଗଞ୍ଜେଇ ସହ ବାହାରିଲା ସୁନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: