ଓଡ଼ିଶା କୃଷକସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

December 08, 2022, ବିଶେଷ, ଗଞ୍ଜାମ, Kiran Behera
ଓଡ଼ିଶା କୃଷକସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
December 08, 2022

ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିବା ଜଣାପଡିଛି । ତହସିଲଦାର ସିପକ କୁମାର ପାତ୍ରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦିଗପହଣ୍ଡି ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ମାନଙ୍କରେ ତୁରନ୍ତ ଧାନମଣ୍ଡି ଖୋଲିବା , ଭାଗ ଚାଷୀ ମାନଙ୍କ ଜମି ଚିହ୍ନଟ କରି ସେମାନଙ୍କ ଠାରୁ ସିଧାସଳଖ ଧାନ କ୍ରୟ କରିବା , ଧାନ କୁଇଣ୍ଟାଲ ପିଛା ୫ ଶହ ଟଙ୍କା ବୋନସ ପ୍ରଦାନ କରିବା , ଫସଲ କ୍ଷତି ଜନିତ ବୀମା ଟଙ୍କା ସମସ୍ତ ଚାଷୀଙ୍କୁ ପ୍ରଦାନ କରାଯିବା ସହ ଏନେଇ ରାଜ୍ୟ ସରକାର ଯଦି ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରାଯିବ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି । ଓଡ଼ିଶା କୃଷକ ସଭାର ଦିଗପହଣ୍ଡି ବ୍ଲକ କମିଟି ସଭାପତି ସୁଶାନ୍ତ କୁମାର ଷଡଙ୍ଗୀ , ସିପିଆଇ(ଏମ) ର ପୂର୍ବତନ ଜିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ , କାର୍ଯ୍ୟକର୍ତ୍ତା କୁରେଶୁ ପଣ୍ଡା , ପି. ଶିବ ଶଙ୍କର , ବି ଇରେସୁ , ବାସୁ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷଯତ୍ରୀଙ୍କ ଧାରଣା

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷଯତ୍ରୀଙ୍କ ଧାରଣା

Read More...

ଗଣଶିକ୍ଷକ ଓ ଏକ୍ସ- କେଡର ଶିକ୍ଷକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଗଣଶିକ୍ଷକ ଓ ଏକ୍ସ- କେଡର ଶିକ୍ଷକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: