୫ ଦଫା ଦାବି ନେଇ ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଡାକରା ଓ ବିକ୍ଷୋଭ ପ୍ରଦର୍ଶନ

December 08, 2022, ଓଡ଼ିଶା, ଗଞ୍ଜାମ, Kiran Behera
୫ ଦଫା ଦାବି ନେଇ ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଡାକରା ଓ ବିକ୍ଷୋଭ ପ୍ରଦର୍ଶନ
Kiran Behera
[ Reporter,Digapahandi ]
Bhagyaprabha News Bureau
December 08, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଆଶାକର୍ମୀମାନେ ଗୁରୁବାର ଦିନ ୫ ଦଫା ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡ଼ାକରା ଦେଇଥିଲେ । ଏପରିକି ସେମାନେ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଶୁଚସ୍ମିତା ଚୌଧୁରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ କର୍ମୀମାନେ ସେମାନଙ୍କ ଦୀର୍ଘଦିନର କାର୍ଯ୍ୟ ପୁରଣ ହୋଇନଥିବା ଯୋଗୁଁ ଆଜି ଏକତ୍ରିତ ହୋଇ ବିଭିନ୍ନ ଦାବି ସମୂହ ଯଥା ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ ନିଯୁକ୍ତି , କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ , ପ୍ରୋତ୍ସାହନ ରାଶି ବଦଳରେ ମାସିକ ୧୮ ହଜାର ଟଙ୍କା , ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶାଗୃହ ନିର୍ମାଣ , ସରକାରୀ ମାନ୍ୟତା ପ୍ରଦାନ ନଂ ଦେବା ଯାଏ ଅବସର ନେଉଥିବା କର୍ମଚାରୀଙ୍କୁ ଏକକାଳୀନ ୫ ଲକ୍ଷ ଓ ମାସିକ ୫ ହଜାର ଟଙ୍କା ଭତ୍ତା ଭଳି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି କିମ୍ବା ସମସ୍ୟାର ସମାଧାନ ନ କରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ କର୍ମୀମାନେ ଦାବି କରିଛନ୍ତି । ଏହି ସମୟରେ ଆଶାକର୍ମୀ ସୁଜାତା ମହାରଣା , ରଶ୍ମୀତା ମହାପାତ୍ର , ତୁଳସୀ ରେଡ୍ଡୀ , ପ୍ରିୟମ୍ବଦା ଦୋରା , ଶାନ୍ତିଲତା ଚୌଧୁରୀ , ଲିପିକା ମିଶ୍ର , ନିବେଦିତା ଦାସ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଦୀପଙ୍କୁ ହରାଇ ପଦ୍ମପୁର ବିଜୟ ମୁକୁଟ ପିନ୍ଧିଲେ ବର୍ଷା

ପ୍ରଦୀପଙ୍କୁ ହରାଇ ପଦ୍ମପୁର ବିଜୟ ମୁକୁଟ ପିନ୍ଧିଲେ ବର୍ଷା

Read More...

ଇତିହାସ ବିଭାଗର ପାଠଚକ୍ର ଓ ସ୍ବାଗତ ସମ୍ବର୍ଦ୍ଧନା

ଇତିହାସ ବିଭାଗର ପାଠଚକ୍ର ଓ ସ୍ବାଗତ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: