ପ୍ରଦୀପଙ୍କୁ ହରାଇ ପଦ୍ମପୁର ବିଜୟ ମୁକୁଟ ପିନ୍ଧିଲେ ବର୍ଷା

December 08, 2022, ରାଜନୀତି, , Bhagyaprabha News Bureau
ପ୍ରଦୀପଙ୍କୁ ହରାଇ ପଦ୍ମପୁର ବିଜୟ ମୁକୁଟ ପିନ୍ଧିଲେ ବର୍ଷା
Bhagyaprabha News Bureau
December 08, 2022

ଦୀର୍ଘ ଦିନ ଧରି ଓଡ଼ିଶା ରାଜନୀତିରେ ଚର୍ଚ୍ଚାରେ ରହିଥିବା ପଦ୍ମପୁର ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସରିଛି। ଏହା ସହିତ ନିଜର ନୂତନ ବିଧାୟିକା ଭାବେ ବର୍ଷା ସିଂ ବରିହା ଙ୍କୁ ବାଛିଛନ୍ତି ପଦ୍ମପୁରବାସୀ। ପଦ୍ମପୁରରେ ପଦ୍ମ ଫୁଟିବା ବଦଳରେ ଶୁଭିଲା ଶଙ୍ଖ ଧ୍ୱନି । ବଡ଼ ବ୍ୟବଧାନରେ ପରାଜିତ ହେଲେ ବିରୋଧୀ ଦଳର ପ୍ରାର୍ଥୀ । ୪୨,୬୩୮ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳ ସମର୍ଥୀତ ପ୍ରାର୍ଥୀ ବର୍ଷା ସିଂହ ବରିହା । ଗଣତିର ପ୍ରଥମ ରାଉଣ୍ଡରୁ ଭାରି ପଡ଼ିଥିଲେ ବର୍ଷା । ପ୍ରତ୍ୟକ ରାଉଣ୍ଡ୍‌ରେ ଆଗରେ ରହିଥିଲେ । ମୋଟ ୨୪ଟି ରାଉଣ୍ଡ୍‌ ଗଣନାରେ ବର୍ଷାଙ୍କୁ ୧,୨୦,୬୭୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮,୦୩୪ ଖଣ୍ଡ ଭୋଟ୍‌ ମିଳିଛି । ସେହିଭଳି କଂଗ୍ରେସ୍‌ର ସ୍ଥିତି ଶୋଚନୀୟ ହୋଇ ପଡ଼ିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ମୋଟ ୩,୫୮୧ ଖଣ୍ଡ ଭୋଟ ମିଳିଛି । ସୂଚନା ଥାଉକି ଚଳିତ ମାସ ୫ ତାରଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ଇଭିଏମରେ ସିଲ୍ ହୋଇଥିଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଥିଲେ ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଥିଲା । ଭୋଟ୍ ସମୟରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ୟପଟେ ନିଜ ନିଜ ଅଂଚଳରେ ହୋଇଥିବା ବୁଥରେ ଯାଇ ଭୋଟ୍ ଦେଇଥିଲେ ପ୍ରମୁଖ ୩ ରାଜନୈତିକ ଦଳର ପ୍ରାର୍ଥୀ । ପଦ୍ମପୁରରେ କାଁ ଭାଁ ଉତ୍ତେଜନାକୁ ଛାଡ଼ିଦେଲେ ଶାନ୍ତି ଶୃଙ୍ଖଳାର ସହ ସରିଥିଲା ମତଦାନ ପ୍ରକ୍ରିୟା । ୩୧୯ ବୁଥରେ ମତଦାନ କରିଥିଲେ ଭୋଟର । ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ସେସବୁ ବୁଥରେ ସଙ୍ଗେ ସଙ୍ଗେ ଇଭିଏମ ପରିବର୍ତ୍ତନ କରାଯାଇ ଭୋଟିଂ କରାଯାଇଥିଲା । ଅପରାହ୍ଣ ୪ରେ ମତଦାନ ପ୍ରକ୍ରିୟା ସରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ୮୯ଟି ବୁଥରେ ଅନେକ ଲୋକ ଭୋଟ୍ ଦେବା ପାଇଁ ଧାଡ଼ିରେ ରହିଥିବାରୁ ସେସବୁ ବୁଥରେ ସଂଧ୍ୟା ସାଢ଼େ ୬ଟା ଯାଏଁ ଭୋଟିଂ କରାଯାଇଥିଲା । ୩୧୯ ବୁଥରୁ ଇଭିଏମ ମେସିନଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନିଆଯାଇ ପଦ୍ମପୁର ଆରଏମସିରେ ରଖାଯାଇଥିଲା । ଷ୍ଟ୍ରଙ୍ଗରୁମକୁ ସିସିଟିଭି ନଜରରେ ରଖାଯିବା ସହ ଦ୍ବି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ବିଧାୟକ ଓ ମେୟର ପାଳିଲେ ପଦ୍ମପୁର ବିଜୟ ଉତ୍ସବ

ବ୍ରହ୍ମପୁରରେ ବିଧାୟକ ଓ ମେୟର ପାଳିଲେ ପଦ୍ମପୁର ବିଜୟ ଉତ୍ସବ

Read More...

୫ ଦଫା ଦାବି ନେଇ ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଡାକରା ଓ ବିକ୍ଷୋଭ ପ୍ରଦର୍ଶନ

୫ ଦଫା ଦାବି ନେଇ ଆଶାକର୍ମୀଙ୍କ କାର୍ଯ୍ୟ ବନ୍ଦ ଡାକରା ଓ ବିକ୍ଷୋଭ ପ୍ରଦର୍ଶନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: