ଟ୍ରକ ସହ ୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

February 05, 2023, ଅପରାଧ, ଗଞ୍ଜାମ, Swadhina Kumar Sahu
ଟ୍ରକ ସହ ୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 05, 2023

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୋଟିଏ ଟ୍ରକ ସମେତ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉତ୍ତରପ୍ରଦେଶ ମୁରଦାବାଦ ଜିଲ୍ଲା ଚନ୍ଦଖେଡା ଗ୍ରାମର ମହମ୍ମଦ ରିଜୱାନ (୩୯) । ସୂଚନା ମୁତାବକ ଗଜପତି ଜିଲ୍ଲାର ବ୍ରହ୍ମପୁର ନିକଟସ୍ଥ ଜାତୀୟ ରାଜପଥ ଦେଇ ଉତ୍ତରପ୍ରଦେଶକୁ ଏକ ଟ୍ରକ ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ । ଏହାପରେ ଅବକାରୀ ଅଧିକାରୀଣି ଗିତାଞ୍ଜଳୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସହର ଉପକଣ୍ଠ ପୋକଡିବନ୍ଧ ଛକ ନିକଟରେ ଜଗି ରହିଥିଲେ । ଏହି ସମୟରେ ଟ୍ରକ (ୟୁପି ୨୧ ବିଏନ ୧୫୮୫) ଟି ଉକ୍ତ ରାସ୍ତା ଦେଇ ଆସୁଥିବା ବେଳେ ତାକୁ ଯାଞ୍ଚ କରିଥିଲେ । ଏହି ସମୟରେ ଟ୍ରକରୁ ୨୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ କେସ ନମ୍ବର ୯୬୯/୨୦୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଟ୍ରକ ଚାଲକଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଉପ ଆୟୁକ୍ତ ଡମ୍ବରୁଧର ଖଣ୍ଡା ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମଧୁସ୍ମିତା

ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମଧୁସ୍ମିତା

Read More...

ଅଗ୍ନିବୀର ଯୋଜନାରେ ମନୋନିତ ଛାତ୍ରଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧନା

ଅଗ୍ନିବୀର ଯୋଜନାରେ ମନୋନିତ ଛାତ୍ରଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: