ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମଧୁସ୍ମିତା

February 05, 2023, ବିଶେଷ, ଗଞ୍ଜାମ, Swadhina Kumar Sahu
ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମଧୁସ୍ମିତା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 05, 2023

ବ୍ରହ୍ମପୁର- ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବ୍ରହ୍ମପୁରର ଝିଅ ମଧୁସ୍ମିତା ପାତ୍ର । ଆଜି ମଧୁସ୍ମିତାଙ୍କୁ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଉତ୍ସାହିତ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଲେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ । ସୂଚନା ମୁତାବକ ବ୍ରହ୍ମପୁର ଗୋଷାଣିନୁଆଗାଁ ଅଞ୍ଚଳର ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ରଙ୍କ ଝିଅ ହେଉଛନ୍ତି ମଧୁସ୍ମିତା । ସେ ସପ୍ଟୱେୟାର ଇଞ୍ଜିନିୟରିଂ ପଢା ଶେଷ କରିବା ପରେ ବର୍ତ୍ତମାନ ଟିସିଏସରେ କାର୍ଯ୍ୟରତ ଅଛନ୍ତି । ଏହି ସମୟରେ ନିଜ ସହକର୍ମୀଙ୍କ ସଂସ୍ପର୍ଷରେ ଆସି ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ ଦାର୍ଜିଲିଂ ଠାରେ ପର୍ବତାରୋହଣ ଶିକ୍ଷାଲାଭ କରିଥିଲେ । ଏହାପରି ସେ ପ୍ରଥମେ ମାଉଣ୍ଟ ରେନକ ପରେ ଚାଦର ଟ୍ରେକ, କେଦାରକଣ୍ଠ ପରେ ବର୍ତ୍ତମାନ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେ ୦୯.୦୨.୨୦୨୩ରେ କିଲିମାଞ୍ଜାରୋର ପାଦ ଦେଶରୁ ଆରମ୍ଭ କରି ପ୍ରାୟ ପାଖାପାକି ୬ ହଜାର ମିଟର ଆରୋହଣ କରି ପର୍ବତ ଶଇଖରରେ ୧୬.୦୨.୨୦୨୩ରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଆଗାମୀ ବର୍ଷରେ ସେ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବା ପାଇଂ ଲକ୍ଷ୍ୟ ରଖିଥିବା କହିଛନ୍ତି । ସେହିପରି ମଧୁସ୍ମିତାଙ୍କ ତାଙ୍କର ଏହି ଲକ୍ଷ୍ୟରେ ଆଗକୁ ବଢିବା ଓ ସଫଳତା ହାସଲ କରିବା ଦ୍ୱାରା ଏହା ଆମ ବ୍ରହ୍ମପୁର ସମେତ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ଅତିଥିମାନେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ଆୟୋଜିତ ହେଲା ଦ୍ୱିତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ

ବ୍ରହ୍ମପୁରରେ ଆୟୋଜିତ ହେଲା ଦ୍ୱିତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ

Read More...

ଟ୍ରକ ସହ ୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଟ୍ରକ ସହ ୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: