ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ

February 20, 2023, ଅପରାଧ, , Bhagyaprabha News Bureau
ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ
Bhagyaprabha News Bureau
February 20, 2023

ଆଜିକାଲି ମହଙ୍ଗା ଫୋନ୍‌କୁ ନିଜ ଫ୍ୟାସନରେ ସାମିଲ୍‌ କରିବାକୁ ଚାହୁଛନ୍ତି ଯୁବପୀଢ଼ି। ନିଜ ସଉକ ପୂରଣ ପାଇଁ ଭୁଲ୍ ବାଟରେ ଚାଲୁଛନ୍ତି। ଏହାରି ମଧ୍ୟରେ କର୍ଣ୍ଣାଟକରୁ ଆସିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଠାରେ ଜଣେ ୨୦ ବର୍ଷୀୟ ଯୁବକ ଆଇଫୋନ୍ ପାଇଁ ଫ୍ଲିପ୍‌କାର୍ଟ ଡେଲିଭରୀ ଏଜେଣ୍ଟଙ୍କୁ ଛୁରୀରେ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ, ଫେବୃଆରୀ ୭ ତାରିଖରେ ଘଟିଥିବା ଏହି ଘଟଣା ହେଉଛି ହାସନ ଜିଲ୍ଳାର । ଅଭିଯୁକ୍ତ ହେମନ୍ତ ଦତ୍ତା ଫ୍ଲିପ୍‌କାର୍ଟରୁ ଏକ ଆଇଫୋନ୍ ଅର୍ଡର କରିଥିଲା। ଆଉ ମଞ୍ଜୁ ନାୟକ ନାମକ ଜଣେ ଡେଲିଭରୀ ଏଜେଣ୍ଟ ଆଇଫୋନ୍ ଡେଲିଭରୀ କରିବା ପାଇଁ ଆସିଥିଲେ। କିନ୍ତୁ ଡେଲିଭରୀ ସମୟରେ ହେମନ୍ତ ଫୋନ୍ ୪୬ ହଜାର ଟଙ୍କା ଦେଇନଥିଲେ ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ଆଉ ଏଥିରେ ଉତ୍ୟକ୍ତ ହୋଇ ହେମନ୍ତ ଡେଲିଭରୀ ବଏକୁ ଛୁରୀରେ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ହେମନ୍ତ ଶବକୁ ଏକ ଅଖାରେ ପୂରାଇ ଚାରିଦିନ ପର୍ଯ୍ୟନ୍ତ ଘରେ ରଖିଥିଲା। ଆଉ ଚାରିଦିନ ପରେ ୧୧ ତାରିଖ ଦିନ ଘର ନିକଟସ୍ଥ ଏକ ରେଲଓ୍ବେ ଟ୍ରାକକୁ ନେଇ ଫିଙ୍ଗିବା ସହ ଜଳାଇ ଦେଇଥିଲା।ମଞ୍ଜୁ ନାୟକ, ହାସନ ଜିଲ୍ଲାର ଅରସେକେରେ ଲକ୍ଷ୍ମୀପୁରର ବାସିନ୍ଦା ଏବଂ ସେ ଫ୍ଲିପ୍‌କାର୍ଟ ସହ ଡେଲିଭରୀ ଏଜେଣ୍ଟ ଭାବ​‌ରେ କାମ କରୁଥିଲେ। ତାଙ୍କର ନିଖୋଜ୍ ହେବା ପ​‌ରେ ତାଙ୍କ ଭାଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ରିପୋର୍ଟ ଅନୁଯାୟୀ ପୋଲିସକୁ ଶବ ରେଲଓ୍ବେ ଟ୍ରାକ୍‌ରୁ ମିଳିଥିଲା ଏବଂ ଅଭିଯୁକ୍ତକୁ ଶନିବାର ଗିରଫ କରାଯାଇଛି। ଘଟଣାର କିଛି ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ହେମନ୍ତ ମୃତଦେହକୁ ସ୍କୁଟିରେ ନେଇଯାଉଥିବାର ଦେଖାଯାଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା

ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା

Read More...

ରୋଗୀଣା ବାପାର ଜୀବନ ବଞ୍ଚେଇଦେଲା ୧୭ବର୍ଷୀୟ ଝିଅ

ରୋଗୀଣା ବାପାର ଜୀବନ ବଞ୍ଚେଇଦେଲା ୧୭ବର୍ଷୀୟ ଝିଅ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: