ଅଟୋ ସହ ନକଲି ବିଦେଶି ମଦ ଜବତ, ଜଣେ ଗିରଫ

March 31, 2023, ଅପରାଧ, ଗଞ୍ଜାମ, Gouri Shankar Mishra
ଅଟୋ ସହ ନକଲି ବିଦେଶି ମଦ ଜବତ, ଜଣେ ଗିରଫ
Gouri Shankar Mishra
[ Video Journalist ]
Bhagyaprabha News Bureau
March 31, 2023

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଅଧିକାରିଣୀ ଗିତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଏକ ଟିମ କେ ନୁଆଗାଁ ଥାନା ଅନ୍ତର୍ଗତ ଖମ୍ବାରିଗାଁ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖିଥିଲେ । ଉକ୍ତ ରାସ୍ତା ଦେଇ ଜଣେ ବ୍ୟକ୍ତି ନକଲି ମଦ ଚାଲାଣ କରୁଥିବା ପୂର୍ବରୁ ଅବକାରୀ ଗୁଇନ୍ଦା ବିାଭାଗ ପାଖରେ ସୂଚନା ରହିଥିଲା । ଉକ୍ତ ସୂଚନାକୁ ଆଧାର କରି ଛଦ୍ମ ଭେଷରେ ଜଗି ରହିଥିଲେ କର୍ମଚାରୀ ମାନେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ଏକ ଅଟୋ (ଓଆର ୦୭ ଭି ୨୮୬୧) ରେ ନକଲି ମଦ ଧରି ଯାଉଥିଲେ । ଏହି ସମୟରେ କର୍ମଚାରୀମାନେ ତାଙ୍କୁ ଧରିବା ସହ ସେ କେଉଁ ଠାରୁ ଉକ୍ତ ମଦ ଆଣିଥିଲେ ଖବର ନେଇଥିଲେ । ଏହାପରେ ଖମ୍ବାରି ଗାଁର ଏକ ଘରେ ଚଢାଉ କରି ବିପୁଳ ପରିମାଣର ସ୍ପିରିଟ, ମଦ ବୋତଲ, କେପ, ଷ୍ଟିକର, ନକଲି ସରକାରୀ ଲେବଲ ଜବତ କରିଥିଲେ । ଏ ନେଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଅବକାରୀ ଡିଏସପି କୁବେର ସେଠୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳ ଦିବସ ପାଇଁ ପୁରୀ ଅଭିମୁଖେ ସାଇକେଲ ଯାତ୍ରା

ଉତ୍କଳ ଦିବସ ପାଇଁ ପୁରୀ ଅଭିମୁଖେ ସାଇକେଲ ଯାତ୍ରା

Read More...

କାହ୍ନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ

କାହ୍ନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: