ପଲ୍ଲୀଗୁମୁଲାରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

May 12, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ପଲ୍ଲୀଗୁମୁଲାରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର
Gouri Shankar Mishra
[ Video Journalist ]
Bhagyaprabha News Bureau
May 12, 2023

ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ପଲ୍ଲୀଗୁମୁଲା ନୂଆ ବନ୍ଧ ନିକଟରୁ ଏକ ୧୦ ଫୁଟର ଅଜଗର ସାପକୁ ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ ପକ୍ଷରୁ ମିଳିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଗତ କାଲି ରାତ୍ର ସମୟରେ ଉକ୍ତ ଗ୍ରାମ ଏବଂ ନୂଆ ବନ୍ଧ କୁ ସଂଯୋଗ କରୁଥିବା ରାସ୍ତାରେ ଏକ ବିରଟକାୟ ସାପକୁ ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଏହାପରେ ସେମାନେ ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଙ୍କୁ ଜଣାଇଥିଲେ। ଏହାପରେ ସେ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ ଏହାପରେ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ବାବୁ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ଏହାପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୧୦ ଫୁଟ ରହିଥିବା ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ କହିଥିଲେ। ସେହିପରି ସାପଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେ ସୁସ୍ଥ ଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡା ଯାଇଥିବା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଉଦଘାଟିତ

ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଉଦଘାଟିତ

Read More...

ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: