ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଉଦଘାଟିତ

May 12, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଉଦଘାଟିତ
Kiran Behera
[ Reporter,Digapahandi ]
Bhagyaprabha News Bureau
May 12, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତରେ ସୋମବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ ସଚେତନତା ଶୋଭାଯାତ୍ରା ଓ ସଭାକାର୍ଯ୍ୟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଯେପରି ପଞ୍ଚାୟତ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ଉଦ୍ଦେଶ୍ୟ ନେଇ ୫ ଦିନ ବ୍ୟାପୀ ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆୟୋଜିତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମରେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ସୁଚସ୍ମିତା ଚୌଧୁରୀ , ଜିଲ୍ଲା ସଂଯୋଜକ ବିଦେଶୀ ଜେନା , ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପୂର୍ଣ୍ଣଚନ୍ଦ୍ର ସେଠୀ , ପ୍ରଫୁଲ୍ଲ ମିଶ୍ର , ତଲା ସିଂ ମେଡିକାଲ ଅଫିସର ଏସ୍ . ଶିବପ୍ରସାଦ ପାତ୍ର , ସିଏଚଓ ପ୍ରଭାତ କୁମାର ସାହୁ , ସୁକାନ୍ତି ବେହେରା , ସହକାରୀ ଆୟୁର୍ବେଦ ଚିକିତ୍ସକ ବିଜୟଲକ୍ଷ୍ମୀ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ଏହି ପାଞ୍ଚଦିନ ସମସ୍ତ ଅଙ୍ଗନୱାଡ଼ି , ଆଶାକର୍ମୀ , ମେଡିକାଲ ଅଫିସର , ୱାର୍ଡ ସଭ୍ୟ , ଶିକ୍ଷକ ମାନେ ଶୋଭାଯାତ୍ରାରେ ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଇବା ସହ ରୋଗୀ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କଫ ନମୁନା ସଂଗ୍ରହ କରି ପରୀକ୍ଷା ପରେ ତାହାର ସଠିକ ନିରାକରଣ କରାଯାଇ ଔଷଧ ପ୍ରଦାନ କରିଯିବ ବୋଲି କହିଥିଲେ । ଯାହାଫଳରେ ଆସନ୍ତା ୬ ମାସ ମଧ୍ୟରେ କଇଠଖଣ୍ଡି ପଞ୍ଚାୟତକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିବା ସହ ଶପଥ କରାଯାଇଥିଲା । ପ୍ରଥମ ଥର ପାଇଁ ପଞ୍ଚାୟତରେ ସରପଞ୍ଚ ଶ୍ରୀ ଗୈାଡ ଏଭଳି କାର୍ଯ୍ୟ କରିଥିବାରୁ ପଞ୍ଚାୟତ ବାସୀ ଖୁବ୍ ପ୍ରଶଂସା କରିଥିଲେ । ଏପରିକି ସରପଞ୍ଚ ଆମ ପଞ୍ଚାୟତ ପାଇଁ ଗୈାରବ ବୋଲି ଗ୍ରାମବାସୀ କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ

Read More...

ପଲ୍ଲୀଗୁମୁଲାରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ପଲ୍ଲୀଗୁମୁଲାରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: