ବିଭିନ୍ନ ଧର୍ମକୁ ସମାଲୋଚନା କରିବା ବିରୋଧରେ ଥାନାରେ ପହଁଚିଲା ମାମଲା

May 18, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ବିଭିନ୍ନ ଧର୍ମକୁ ସମାଲୋଚନା କରିବା ବିରୋଧରେ ଥାନାରେ ପହଁଚିଲା ମାମଲା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
May 18, 2023

ବିଭିନ୍ନ ଧର୍ମକୁ ସମାଲୋଚନା କରିବା ସହ ଧର୍ମ ନାଁରେ ଅପପ୍ରଚାରକୁ ବିରୋଧ କରି ଥାନାରେ ପହଁଚିଲା ମାମଲା । ଏଭଳି କିଛି ଘଟଣା ଘଟିଛି ପାରଳାଖେମୁଣ୍ଡି ସହରରେ । କେହି ଆଚାର୍ଯ୍ୟ ପ୍ରବଧାନନ୍ଦ ଯୋଗେଶ୍ୱର ନାମକ ଜଣେ ବାବାଙ୍କ ପ୍ରଚାରରେ କିଛି ଯୁବକ ଯୁବତୀ ଓ କିଛି ମଧ୍ୟ ବୟସ୍କ ଲୋକେ ବିଭିନ୍ନ ଧର୍ମକୁ ସିଧାସଳଖ ସମାଲୋଚନା କରିବା ବିଭିନ୍ନ ଧର୍ମ ନାଁ ରେ ଅପପ୍ରଚାର କରି ରାସ୍ତାକଡ଼ରେ କିଛି ବହି ବାଣ୍ଟୁଥିବା କଥା ସାମ୍ନାକୁ ଆସିଲା ପରେ କିଛି ବଜରଙ୍ଗୀ ଦଳ ସଦସ୍ୟ ଓ ବିଶ୍ବହିନ୍ଦୁ ସଦସ୍ୟ ବହି ବାଣ୍ଟୁଥିବା ନିକଟରେ ପହଁଚି ଏଭଳି ବିଭିନ୍ନ ଧର୍ମନାରେ ସମାଲୋଚନା କରି ଆପ ପ୍ରଚାରକୁ ବିରୋଧ କରିବାରୁ ବହୁତ ସମୟ ଧରି ଉଭୟ ଗୋଷ୍ଟୀ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ବଜରଙ୍ଗୀ ଦଳର ସଦସ୍ୟ ମାନେ ବହି ଗୁଡିକୁ ଥାନାରେ ନେଇ ପ୍ରଦାନ କରିବା ସହ ଧର୍ମର ସମାଲୋଚନା ଓ ଧର୍ମ ନାମରେ ମନ୍ତବ୍ୟ ଲେଖାଯାଇଥିବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ବହି ଗୁଡ଼ିକ ଲେଖକ ଓ ପ୍ରକାଶଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତେବେ ଏହି ଘଟଣାରେ ପାରଳାଖେମୁଣ୍ଡି ପୋଲିସ ବହି ଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ 12ଜଣଙ୍କୁ ଅଟକ ରଖାଯାଇ କାହା ଇଙ୍ଗିତରେ ଏମାନେ ଏହି କାର୍ଯ୍ୟ କରୁଥିଲେ ସେହି ତମାମ ଜିନିଷ ଉପରେ ତଦନ୍ତ କରୁଛି ପାରଳାଖେମୁଣ୍ଡି ପୋଲିସ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

Read More...

ଦଶମ ପରୀକ୍ଷା ଫଳ- ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅନୁଶ୍ରୀ  ଙ୍କ କୃତିତ୍ୱ

ଦଶମ ପରୀକ୍ଷା ଫଳ- ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅନୁଶ୍ରୀ ଙ୍କ କୃତିତ୍ୱ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: