ଝିଅର ପାଠପଢା ପାଇଁ ଦାଦନ ଯାଇଥିବା ବାପା ନିଖୋଜ, ଦୁଃଖଶୁଣି ଜିଲ୍ଲାପାଳଓ ଏସ୍.ପି ଦେଲେ ଆଶ୍ୱାସନା

May 30, 2023, ଓଡ଼ିଶା, ବୌଦ୍ଧ, Nabin Mahar
ଝିଅର ପାଠପଢା ପାଇଁ ଦାଦନ ଯାଇଥିବା ବାପା ନିଖୋଜ, ଦୁଃଖଶୁଣି ଜିଲ୍ଲାପାଳଓ ଏସ୍.ପି  ଦେଲେ ଆଶ୍ୱାସନା
Nabin Mahar
[ Reporter- Kantamal,Boudh ]
Bhagyaprabha News Bureau
May 30, 2023

କଣ୍ଟାମାଳ:(ନବୀନ ମାହାର )କଲେଜରେ ଝିଅକୁ ପାଠ ପଢାଇବାକୁ ଅର୍ଥ ସଂଗ୍ରହ ପାଇଁ ଦାଦନ ଖଟିବାକୁ ଗଲେ ବାପା l ଦାଦାନ ଖଟିବାକୁ ଯାଇ ନିଖୋଜ ହୋଇଯିବା ପରେ ଚିନ୍ତାରେ ପରିବାର l ଝିଅ ପାଠପଢିବ ବଡ ମଣିଷ ହେବ l ଚାକିରୀ କରିଲେ ମୋ ଦୁଃଖ ଦୁରହେବ l କିନ୍ତୁ ଝିଅକୁ ପାଠ ପଢାଇ ପାଇଁ ପାଖରେ ନଥିଲା ଟଙ୍କା ପଇସା l ଶେଷରେ ବାହାର ରାଜ୍ୟକୁ ଯାଇ ସାଜିଲେ ଦାଦନ l କିନ୍ତୁ ଅର୍ଥ ଉପାର୍ଜନ ପାଇଁ ଯାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁରୁକୁପା ଗ୍ରାମର କ୍ଷେତ୍ରମୋହନ ଝାଙ୍କର ଏବେ ନିଖୋଜ ହୋଇ ଯାଇଛନ୍ତି l ଏପଟେ ଚାରି ଝିଅ ଓ ଗୋଟିଏ ପୁଅକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ସ୍ତ୍ରୀ କୌଶଲ୍ୟା l ଏପରି ଦୁଃଖଦ କାହାଣୀ କିଛିଦିନ ତଳେ ଗଣମାଧ୍ୟମ ଦ୍ଵାର ପ୍ରକାଶ ପାଇଥିଲା l ସୂଚନା ଅନୁଯାଇ କଣ୍ଟାମାଳ ବ୍ଲକ୍ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଗ୍ରାମର ଅଧିବାସୀ କ୍ଷେତ୍ରମୋହନ ଝାଙ୍କର l କ୍ଷେତ୍ରଙ୍କ ଚାରି ଝିଅ ଗୋଟିଏ ପୁଅ ଥିବାବେଳେ ବଡ ଝିଅ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ଥିଖି ପାସ୍ କରିଛନ୍ତି l ତେଣୁ ମେଧାବୀ ଝିଅର ଉଚ୍ଚ ଶିକ୍ଷା ପାଇଁ ଓ ଘର ଚଳିବା ପାଇଁ ଅର୍ଥର ଆବଶ୍ୟତାକୁ ଉପଲବ୍ଧି କରିବା ପାଇଁ କ୍ଷେତ୍ର ବାହାର ରାଜ୍ୟକୁ ଯିବାକୁ ମନସ୍ଥ କଲେ l ଶେଷରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ସେ ତାମିନାଡୁକୁ ଦାଦନ ଖଟିବାକୁ ଚାଳିଗଲେ l ବର୍ତ୍ତମାନ ଆଉ କ୍ଷେତ୍ରଙ୍କ କୌଣସି ପର୍ତ୍ତା ମିଳୁନାହିଁ l ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ l କ୍ଷେତ୍ର କୋଉଁ ଆଡ଼େ ନିଖୋଜ ହୋଇଯିବା ପରେ ବର୍ତ୍ତମାନ ପତ୍ନୀ କୌଶଲ୍ୟା ପାଞ୍ଚଟି ପୁଅ ଝିଅ କୁନେଇ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି l ପରିବାର ପ୍ରତିପୋଷଣ କେମିତି କରିବେ ସେନେଇ ଚିନ୍ତାରେ କୌଶଲ୍ୟା l ଖୁଣ୍ଟିଗୋରାରେ ହେଉଥିବା ବୌଦ୍ଧ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିରରେ ନିଜ ପିଲାଙ୍କୁ ସାଙ୍ଗରେ ନେଇ ପଞ୍ଚିବା ପରେ ନିଜ ଦୁଃଖର କାହାଣୀ କହିଥିଲେ ଜିଲ୍ଲାପାଳ ଙ୍କୁ କୌଶଲ୍ୟା l ଏହି ଅସହାୟ ଗରିବ ପରିବାରର ଦୁଃଖଦ କାହାଣୀ ଶୁଣିବା ପରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ତୁରନ୍ତ ଉକ୍ତ ପରିବାରର କୁ ଏକ ନୂତନ ରାସନ କାର୍ଡ, ଦଶହଜାର ଟଙ୍କା ଓ ବଡ ଝିଅର ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା କରିଥିଲେ l ସେହିପରି ପୋଲିସ ଏସ୍.ପି ମଧ୍ୟ କିଭଳି ନିଖୋଜ ହୋଇଥିବା କ୍ଷେତ୍ରମୋହନ ଙ୍କୁ ଠାବ କରାଯାଇ ପାରିବ ସେ ନେଇ ପରିବାରକୁ ଆଶ୍ୱସନା ଦେଇଥିଲେ l ଜିଲ୍ଲା ପ୍ରଶାସନର ସହ ଯୋଗପରେ କୌଶଲ୍ୟା ଆଶ୍ୱସ୍ତି ପ୍ରକାଶ କରିବା ସହିତ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଗୋଟିଏ ପଟରେ କଣ୍ଟାମାଳ ବ୍ଲକରେ ଦାଦନ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଦଲାଲ ମାନେ ସରକାରଙ୍କ ପ୍ରଦତ୍ତ ଶ୍ରମିକଙ୍କ ସହାୟତା ରାଶି ଲୁଟ କରୁଥିବାରେ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ରାଜଦାଣ୍ଡରେ ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି ରାଜଦାଣ୍ଡରେ ଜବରଦଖଲ ଉଚ୍ଛେଦ

Read More...

ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଡୁମ୍ବା ପାର୍କ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ

ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଡୁମ୍ବା ପାର୍କ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: