ବଲାଙ୍ଗୀର ଖଲିଆପାଲି ହତ୍ୟା ଘଟଣାରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ

June 24, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବଲାଙ୍ଗୀର ଖଲିଆପାଲି ହତ୍ୟା ଘଟଣାରେ ସଂପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବିକ୍ଷୋଭ
Gouri Shankar Mishra
[ Video Journalist ]
Bhagyaprabha News Bureau
June 24, 2023

ବ୍ରହ୍ମପୁର - ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମର ନାବାଳକ ଛାତ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଦାବିରେ ଏ ଆଇ ଡି ଏସ୍ ଓ ,ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ କମାପଲ୍ଲୀ ଛକ ଠାରେ ଆଜି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସଂପ୍ରତି ଦେଶର ଶାସକ ଶ୍ରେଣୀ ପକ୍ଷରୁ ଦେଶ ବିକାଶ ଓ ଅମୃତରେ ଭାସୁଛି ବୋଲି ଚିତ୍କାର କରି ପ୍ରଚାର କରାଯାଉଛି କିନ୍ତୁ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ମଣିଷ ଉପରେ ମଣିଷର ଘୃଣା, ଅତ୍ୟାଚାର କମିବା ବଦଳରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି l ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜୁନ୍ ମାସ ୧୭ ତାରିଖରେ ବଲାଙ୍ଗୀର ଜିଲ୍ଲାର ମୁରିବାହଲ ବ୍ଲକ ଅନ୍ତର୍ଗତ ଖାଲିଆପାଲି ଗ୍ରାମର ନାବାଳକ ଛାତ୍ରକୁ ଜାତି ନାଁରେ ଅତ୍ୟନ୍ତ ନିର୍ମମ ଓ ଅମାନବିକ ଭାବେ ଅତ୍ୟାଚାର କରି ହତ୍ୟା କରାଯିବା ଘଟଣା l ସ୍ଥାନୀୟ ପୋଲିସର ଚରମ ଅବହେଳା ଓ ତତ୍ପରତାର ଅଭାବ ଫଳରେ ଜଣେ ନିରୀହ ଛାତ୍ରର ଜୀବନ ଚାଲିଗଲା l ଆସନ୍ନ ମୃତ୍ୟୁ ଆଶଙ୍କାରେ ଗୁଣନିଧି କରିଥିବା ଫୋନ କଲକୁ ଗୁରୁତ୍ୱର ସହ ଗ୍ରହଣ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏଭଳି ଘଟଣା ଘଟିନଥାନ୍ତା l ତେଣୁ ଏହାର ପ୍ରତିବାଦରେ ଏ ଆଇ ଡି ଏସ୍ ଓ, ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ କମାପଲ୍ଲୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା, ଏହି ଘଟଣାରେ ଯେଉଁ ପୋଲିସ ଅଫିସମାନେ ନିଷ୍କ୍ରିୟତା ପ୍ରଦର୍ଶନ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମୃତ ଗୁଣନିଧିଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରୀ ପ୍ରଦାନ କରିବା ,ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା,ସମସ୍ତ ପ୍ରକାର ଜାତିଆଣ ବିଦ୍ୱେଷ, ଘୃଣା, ଅସହିଷ୍ଣୁତାରୁ ଅତ୍ୟାଚାର ଭଳି କଳଙ୍କିତ ପ୍ରଥାକୁ ସମୂଳେ ନାଶ କରି ଭାଇଚାରା,ଶାନ୍ତି ଓ ସଂପ୍ରୀତି ସ୍ଥାପନ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର,ବ୍ରହ୍ମପୁରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଏ ଆଇ ଡିଏସ ଓ, ଓଡିଶା ରାଜ୍ୟ ସଭାପତି ସୋମନାଥ ବେହେରା ,ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁଙ୍କ ସମେତ ପପୁନ ସାହୁ, କିସାନ କୁମାର ସାହୁ,ଶୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବ ଶତ୍ରୁତାକୁ ନେଇ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ ନେଇ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

Read More...

ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ମୋଚି କୁଳ ମହାସଂଘ ପରିସରରେ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: