ପାରଳାଖେମୁଣ୍ଡି :ସରିବାର ନାଁ ନେଉନି ଦୀର୍ଘ ବର୍ଷ ଧରି ଚାଲିଥିବା ପାରଳା ମୁଖ୍ୟରାସ୍ତାର ପ୍ରଶସ୍ତି କରଣି କାମ ।

August 07, 2023, ବିଶେଷ, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି :ସରିବାର ନାଁ ନେଉନି ଦୀର୍ଘ ବର୍ଷ ଧରି ଚାଲିଥିବା ପାରଳା ମୁଖ୍ୟରାସ୍ତାର ପ୍ରଶସ୍ତି କରଣି କାମ ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 07, 2023

ଲୋକଙ୍କ ସୁବିଧାରେ ଯାତାୟାତ ଓ ସହର ମଧ୍ୟରେ ଦେଖାଯାଉଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ପାରଳାଖେମୁଣ୍ଡି ଫାଏର ଷ୍ଟେସନ ଠାରୁ ପୁରୁଣା କୋର୍ଟ ଦେଇ ଯାଇଥିବା ରାସ୍ତର ଜବରଦଖଲ ଜିଲ୍ଲାପ୍ରଶାସନ ଦ୍ବାରା ଉଚ୍ଛେଦ କରାଯାଇ ଥିଲା କିନ୍ତୁ ବର୍ତ୍ତମାନ ଯାଏଁ ସମ୍ପୂର୍ଣ୍ଣ ହେଇ ପାରିଲାନି ସହର ମଧ୍ୟ ଦେଇ ଯାଇଥିବା ମୁଖ୍ୟରାସ୍ତା ମରାମତି କାମ। ଏ ନେଇ ଆଜି ସ୍ଥାନୀୟ କାଉନସଲର ଜିଲ୍ଲାପାଳଙ୍କୁ ଭେଟି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଠାରୁ ବାଟ ଗୌଡ ସାହି ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତିରେ ଉଭୟ ପାର୍ଶ୍ଵର ନାଳ ତିଆରି ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ12 ବର୍ଷ ହେବ ଉକ୍ତ ଅଂଚଳରେ ନାଳ ନଥିବା ଯୋଗୁଁ ଲୋକେ ଘରେ ବ୍ୟବହାର କରୁଥିବା ପାଣି ଓ ବର୍ଷା ପାଣି ମୁଖ୍ୟରାସ୍ତା ଉପରେ ବହିଚାଲୁଚି । ଯାହା ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ବିଭିନ୍ନ ସମସ୍ୟା ର ଅସୁବିଧାର ସମ୍ମୁଖୀନ ହେବା ସହ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉଭୟ ପୂର୍ତ୍ତ ବିଭାଗ ଓ ପୌରପରିଷଦ ନିଜ ନିଜ ଉପରେ ଦୋଷ ଢାଳିବା ସହ ପରିସ୍ଥିତିକୁ ଏଡ଼ାଇ ଚାଲିଛନ୍ତି। ଆଗାମୀ ଦିନରେ ଯୁଦ୍ଧକାଳୀନ ଭିତିରେ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ଠାରୁ ବାଟଗୌଡ ସାହି ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ନାଳ ତିଆରି କରିବା ପାଇଁ ସେ ଦାବି ଜନାଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର :ବନ୍ଧୁତା ଦିବସ ଅବସରରେ  ଡିଜେ ନାଇଟ ପ୍ରୋଗ୍ରାମ ଅନୁଷ୍ଠିତ।

ବ୍ରହ୍ମପୁର :ବନ୍ଧୁତା ଦିବସ ଅବସରରେ ଡିଜେ ନାଇଟ ପ୍ରୋଗ୍ରାମ ଅନୁଷ୍ଠିତ।

Read More...

ଗଜପତି :ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଗଜପତି :ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: