କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

August 12, 2023, ଓଡ଼ିଶା, ଗଜପତି, Rasmi Ranjan Sahu
କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 12, 2023

ପାରଳାଖେମୁଣ୍ଡି- ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ଵାରା ଏକ ମାମଲାରେ ବିଚାରଧୀନ ଜଣେ ନାବାଳକ ଦଣ୍ଡିତ ହୋଇଛି। କିଶୋର ନ୍ୟାୟ ପରିଷଦ ଗଜପତି ଜଣେ ବିଚାରଧୀନ ନାବାଳକକୁ ଏକ ହତ୍ୟା ମାମଲାର ବିଚାର କରି ପରିଷଦର ପ୍ରିନସିପାଲ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟବ୍ରତ ରଣା ଏବଂ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୨ବର୍ଷ ୩ ମାସ ଦୋଷ ଦଣ୍ଡରେ ଦଣ୍ଡିତ କରିଛନ୍ତି । ନାବାଳକର ଚରିତ୍ରରେ ସୁଧାର ଆଣିବା ପାଇଁ ପାଠପଢା ଓ ଦକ୍ଷତା ବିକାଶ ପାଇଁ ତାକୁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ଆବାସ ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ଗଜପତି ଜିଲ୍ଲା ରାୟଗଡ ଥାନା କେଶ ନଂ 54/13.06.2021 ଧାରା 302 ଓ 34 ଆପିସି ଭାରତୀୟ ପିଙ୍ଗଳ କୋଡ଼ ଅନୁସାରେ ମକଦ୍ଦମା ଚାଲିଥିଲା ।ଉକ୍ତ ମକଦ୍ଦମାଟିକୁ ସରକାରୀଙ୍କ ତରଫରୁ ଓକିଲ ଶ୍ରୀ ପାଣ୍ଟାଲା ପ୍ରସାଦ ରାଓ ଏବଂ ନାବାଳକ ତରଫରୁ ଶ୍ରୀ ରଜତ କୁମାର ପାତ୍ର ପରିଚାଳନା କରିଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ

ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ

Read More...

ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ପ୍ରତିଯୋଗୀତା ଅନୁଷ୍ଠିତ

ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ପ୍ରତିଯୋଗୀତା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: