ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ

August 13, 2023, ବିଶେଷ, ଗଞ୍ଜାମ, BHAGYAPRABHA NEWS
ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 13, 2023

ଛତ୍ରପୁର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରସ୍ତୁତ ଲୋକ କଳା ଅଭିଲେଖାଗାର ରେ ଗଞ୍ଜାମ ଛତ୍ରପୁର ର କାଠ ପାଦକୁ ଏହି କରିଡ଼ର ରେ ସାମିଲ କରାଇବାକୁ ଏକ ଅନୁରୋଧ ପତ୍ର ସହ କାଠ ପାଦ ସହିତ ଜଡ଼ିତ ସମସ୍ତ ଦସ୍ତାବିଜ୍ କୁ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ବାବୁ ଙ୍କ ପାଖରେ ପ୍ରଦାନ କରାଗଲା । କାଠପାଦ ଲୋକକଳାକୁ ଯେପରି ବିଶ୍ଵ ପ୍ରସିଦ୍ଧ କରାଯାଇପାରିବ ଏହି ଉପରେ ଆଲୋଚନା କରାଗଲା ସଚିବ ଏହି କାଠ ପାଦ କୁ ଦେଖି ବହୁତ୍ ଆନନ୍ଦିତ ହେଲେ ଓ ଆଗାମୀ ଦିନ ରେ ଏହି କାଠ ପାଦ କୁ ବିଶ୍ଵ ପ୍ରସିଦ୍ଧ କରାଇବାକୁ ଆଶୀର୍ବାଦ ଓ ପରାମର୍ଶ ପ୍ରଦାନ କଲେ । ଏହି ବୈଠକରେ ଗଞ୍ଜାମ କାଠ ପାଦ ଗୁରୁ ସମୀର କୁମାର ବେହେରା , ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଲଚର୍ ର ପ୍ରଶାନ୍ତ ପଟ୍ଟନାୟକ, ଲୋକ କଳା ସୁହୃଦ ପରିବାର ବାଙ୍ଗାଲୋର ପ୍ରତିଷ୍ଠାତା ଓଁ ମହାପାତ୍ର ଉପସ୍ଥିତ ଥିଲେ । ଛତ୍ରପୁର ମାଟି ର ଏହି କଳା ବହୁ ପୁରାତନ ହେଇଥିବାରୁ ଏହି ଲୋକ କଳା ସଙ୍ଗୀତ ନାଟକ ଏକାଡେମୀ ରେ ସ୍ଥାନ ପାଉଥିବାରୁ ଅନେକ ବୁଦ୍ଧିଜୀବି ଓ କଳାକାର ନିଜର ଖୁସି ବ୍ୟକ୍ତ କରିଛନ୍ତି ଓ ସଙ୍ଗୀତ ନାଟକ ଏକାଡେମୀ ସଚିବ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତିI




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଥରେ ଆଇନଗତ ରାଜନୈତିକ ଲଢେଇ ଓ ଆନ୍ଦୋଳନକୁ ଯୋରଦାର କରିବ -ସହରତଳି କ୍ରିୟାନୁଷ୍ଠାନ କମିଟି

ପୁଣି ଥରେ ଆଇନଗତ ରାଜନୈତିକ ଲଢେଇ ଓ ଆନ୍ଦୋଳନକୁ ଯୋରଦାର କରିବ -ସହରତଳି କ୍ରିୟାନୁଷ୍ଠାନ କମିଟି

Read More...

କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକ ଦଣ୍ଡିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: