ମନୋହରା ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

August 13, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ମନୋହରା ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା
Gouri Shankar Mishra
[ Video Journalist ]
Bhagyaprabha News Bureau
August 13, 2023

ବ୍ରହ୍ମପୁର-ବ୍ରହ୍ମପୁର ସହର ଉପକଣ୍ଠ ମନୋହରା ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚ ଶ୍ରୀକୁଞ୍ଜ ବିହାରୀ ପୁରୋହିତ ଙ୍କ ପରଲୋକ ଘଟିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତ ପୁରୋହିତଙ୍କୁ 71ବର୍ଷ ହୋଇଥିବା ବେଳେ ସେ ତାଙ୍କ ଜୀବନର ରାଜନୀତିର ପ୍ରଥମ ପାହଚରେ ୯୦ ଦଶକରେ ନିର୍ଦଳୀୟ ଭାବେ ମନୋହରା ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚ ଦାୟିତ୍ୱ ସୂଚାର ରୂପେ ପରିଚାଳନ୍ନା କରିଥିଲେ। ସ୍ୱର୍ଗତ ପୁରୋହିତ ଦୀର୍ଘ 30 ବର୍ଷ କାଳ ବ୍ରହ୍ମପୁର ସଦର ଗୃହନିର୍ମାଣ ସମବାୟ ସମିତିର ସଭାପତି ରହିଥିବା ବେଳେ ଆର୍.ଏମ୍.ସି.ଏସ୍ ର ଜଣେ ପୂର୍ବତନ ନିର୍ଦ୍ଧେଶକ ମଧ୍ୟ ରହିଥିଲେ।ଏପରିକି ଶାସକ ବିଜେଡ଼ି ଦଳର ସକ୍ରିୟ କର୍ମୀ ରହିଥିବା ବେଳେ ଗତ କିଛି ଦିନ ଧରି ଶାରୀରିକ ଅସୁସ୍ଥତା ପାଇଁ ହାଇଦ୍ରାବାଦ ସ୍ଥିତ ଘରୋଇ ଡାକ୍ତରଖାନାରେ ନିଜ ପୁଅ ପାଖରେ ରହି ଚିକିତ୍ସିତ ହେଉଥିଲେ।ଗଞ୍ଜାମ ଜିଲ୍ଲାର ମନୋହରା ଗ୍ରାମରେ ଜନ୍ମିତ ସ୍ୱର୍ଗତ ଶ୍ରୀକୁଞ୍ଜ ବିହାରୀ ପୁରୋହିତ ଗତ 5 ତାରିଖରେ ପରଲୋକ ପରେ ଏହାକୁ ନେଇ ନିଜ ଗ୍ରାମରେ ପରିବାର ବର୍ଗ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ଯକ୍ତି ବିଶେଷ ପହଞ୍ଚି ଶୋକସନ୍ତପ୍ୟ ପରିବାରଙ୍କ ନିକଟରେ ସ୍ୱର୍ଗତ ପୁରୋହିତଙ୍କ ସ୍ମତିଚାରଣ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ ବିଭାଗ ପକ୍ଷରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ବନ ବିଭାଗ ପକ୍ଷରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

Read More...

ପୁଣି ଥରେ ଆଇନଗତ ରାଜନୈତିକ ଲଢେଇ ଓ ଆନ୍ଦୋଳନକୁ ଯୋରଦାର କରିବ -ସହରତଳି କ୍ରିୟାନୁଷ୍ଠାନ କମିଟି

ପୁଣି ଥରେ ଆଇନଗତ ରାଜନୈତିକ ଲଢେଇ ଓ ଆନ୍ଦୋଳନକୁ ଯୋରଦାର କରିବ -ସହରତଳି କ୍ରିୟାନୁଷ୍ଠାନ କମିଟି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: