ପୁଣି ଥରେ ଆଇନଗତ ରାଜନୈତିକ ଲଢେଇ ଓ ଆନ୍ଦୋଳନକୁ ଯୋରଦାର କରିବ -ସହରତଳି କ୍ରିୟାନୁଷ୍ଠାନ କମିଟି

August 13, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ପୁଣି ଥରେ ଆଇନଗତ ରାଜନୈତିକ ଲଢେଇ ଓ ଆନ୍ଦୋଳନକୁ ଯୋରଦାର କରିବ -ସହରତଳି କ୍ରିୟାନୁଷ୍ଠାନ କମିଟି
Gouri Shankar Mishra
[ Video Journalist ]
Bhagyaprabha News Bureau
August 13, 2023

ବ୍ରହ୍ମପୁର - ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରଣୀ ବୈଠକ ନିମଖଣ୍ଡି ସ୍ଥିତ ଏକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସରକାର ନୋଟିଫିକେସନ୍ ବାହାର କରି ଚୁପ୍ ବସିଯାଇଥିବାରୁ ପୁଣି ଥରେ ଆଇନଗତ, ସାମାଜିକ ଓ ରାଜନୈତିକ ଲଢେଇ ଆରମ୍ଭ କରିବାକୁ ସଂକଳ୍ପ ପାରିତ ହେଉଛି। ଏଥିରେ କୁହାଯାଇଛି ଯେ ସରକାର ମାନ୍ୟବର ହାଇ କୋର୍ଟଙ୍କ ନିର୍ଦ୍ଧେଶ ପରେ ନୋଟିଫିକେସନ ବାହାର କରି ତାହାର କର୍ଯ୍ୟାନୟନ ନକରିବା ଉଭୟ ଆଇନଗତ ଓ ନୈତିକତା ଦୃଷ୍ଟିରୁ ଠିକ୍ ନୁହେଁ। ସରକାର ମନ୍ଦ ବୁଦ୍ଧିର ଶିକାର ହୋଇ ଜାଣି ଶୁଣି ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରି ଉପେକ୍ଷା କରିଚାଲିହନ୍ତି। ରାଜନୈତିକ ନେତୃବୃନ୍ଦଙ୍କ ଅପାରଗତା ଓ ନିଷ୍କ୍ରିୟତା ସମସ୍ୟାର ସମାଧାନରେ ବାଧକ ସାଜିଥିବା କମିଟି ପକ୍ଷରୁ କୁହାଯାଇଛି। ତେଣୁ କମିଟି ପୁଣି ଥରେ ସମସ୍ତ ଘଟଣା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ଘଟଣାବଳୀକୁ ସଂଯୁକ୍ତ କରି ମାନ୍ୟବର ହାଇକୋର୍ଟ ନିକଟରେ ଅନ୍ୟ ଏକ ପୃଥକ ଯାଚିକା ଦାୟର କରିବା ନିମନ୍ତେ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି ସାମାଜିକ ଓ ରାଜନୈତିକ ସ୍ତରରେ ପୁଣି ଥରେ ଲଢେଇକୁ ଆରମ୍ଭ କରାଯିବା ନେଇ ଆଜିର ବୈଠକରେ ସ୍ଥିର କରାଯାଇଛି । ଏଥିପାଇଁ ସମସ୍ତ ସହର ତଳି ବାସିନ୍ଦାଙ୍କ ସହଯୋକ କାମନା କରାଯାଇଛି। ରାଜନୈତିକ ସ୍ତରରେ ମୁକାବିଲା ରୂପରେଖ କଣ ରହିବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ଆଜିର ବୈଠକରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି,ସହ ସମ୍ପାଦକ ବି ଭି ସାଗର , ଉପ ସଂଗଠନ ସମ୍ପାଦକ ଅଜିତ୍ କୁମାର ପଟ୍ଟନାୟକ, ସଂଯୋଜକ ସି ଏଚ ରାମ କ୍ରିଷ୍ଷ ଦାସ, ଉପ ସଂଯୋଜକ ଅନୀଲ କୁମାର ଅଧିକାରୀ, ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପ କୋଷାଧ୍ୟକ୍ଷ ସୁନିଲ ପାତ୍ର, ସହ ସଂଗଠନ ସମ୍ପାଦକ କାହୁଁ ଚରଣ ପତି, ଉପଦେଷ୍ଟା ଲୋକନାଥ ପରିଡ଼ା, ଦିଗାମ୍ବର ସାମନ୍ତରାୟ, ଏମ ପ୍ରକାଶ ପାତ୍ର, ଭି ନାର୍ସିଙ୍ଗୁଲୁ ପାତ୍ର, ପ୍ରଭାତ କୁମାର ବେହେରା, ବଳରାମ ପାତ୍ର,ଏମ ନରସିଂହ ପାତ୍ର, ଭୁବନେଶ୍ୱର ଜେନା, କାହ୍ନା ଚରଣ ଦାସ, ରୋସନ କର,ପି ଶଙ୍କର ରାଓ ଓ ଦୁଷ୍ମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନୋହରା ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

ମନୋହରା ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

Read More...

ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ

ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠ ପାଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: