ପାରଳାଖେମୁଣ୍ଡି : ଏସ କେ ସି ଜି ମହାବିଦ୍ୟାଳୟରେ ସାହିତ୍ୟ ପାଠଚକ୍ର ଅନୁଷ୍ଠିତ ।

August 21, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି : ଏସ କେ ସି ଜି ମହାବିଦ୍ୟାଳୟରେ ସାହିତ୍ୟ ପାଠଚକ୍ର ଅନୁଷ୍ଠିତ ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 21, 2023

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକେତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପାରଳା ସାହିତ୍ୟ ଧାରାରେ ଗୋପୀନାଥ ନନ୍ଦଶର୍ମା ଶିର୍ଶକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଗୋପୀନାଥ ନନ୍ଦଶର୍ମଙ୍କ କୃତି ଓ କୃତିତ୍ବ ଉପରେ ଆଲୋଚନା କରାଯାଇଥିଲା । ଗୋପୀନାଥ ନନ୍ଦଶର୍ମା ଜଣେ ଏକାଧାରରେ ବିଶିଷ୍ଟ ସାହିତ୍ୟକ ଥିବା ବେଳେ ତାଙ୍କ ବିଷୟର ଅଧିକ ଆଲୋଚନା କରିବା ସହ ଗବେଷଣା କରିବାର ଆବଶ୍ୟକ ରହିଛି ବୋଲି ଏହି ପାଠଚକ୍ରରେ ଆଲୋଚନା କରାଯାଇଛି । ଏହି ପାଠ୍ୟଚକ୍ରରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲା ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ଓଡ଼ିଆ ସ୍ନାତକେତର ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲା ମୋହନା ପୋଲିସକୁ ବଡ ସଫଳତା- ମିନି ଟ୍ରକରୁ ୪୩ କୁଇଣ୍ଟାଲ ଗଞ୍ଜେଇ ଜବତ

ଗଜପତି ଜିଲ୍ଲା ମୋହନା ପୋଲିସକୁ ବଡ ସଫଳତା- ମିନି ଟ୍ରକରୁ ୪୩ କୁଇଣ୍ଟାଲ ଗଞ୍ଜେଇ ଜବତ

Read More...

ପାରଳାଖେମୁଣ୍ଡି :ଅଗଷ୍ଟ 23 ରେ ବିଧାନସଭା ଘେରାଉ ଚେତାବନୀ ।

ପାରଳାଖେମୁଣ୍ଡି :ଅଗଷ୍ଟ 23 ରେ ବିଧାନସଭା ଘେରାଉ ଚେତାବନୀ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: