ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ ବୃଦ୍ଧି

September 02, 2023, ଓଡ଼ିଶା, , BHAGYAPRABHA NEWS
ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ ବୃଦ୍ଧି
BHAGYAPRABHA NEWS
[ INPUT ]
Bhagyaprabha News Bureau
September 02, 2023

ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ, ଏବେ ୪ଟି ସଫାରୀ ବୁଲିବା ପାଇଁ ପର୍ଯ୍ୟଟକ ଗଣିବେ ଅଧିକ ଟଙ୍କା ।ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪ଟି (ବାଘ, ସିଂହ, ଭାଲୁ, ତୃଣଭୋଜି) ସଫାରୀ ଟିକେଟ ଦର ବଢ଼ିଛି । ପୂର୍ବରୁ କିଛି ଘୋଷଣା ନକରି କର୍ତ୍ତୃପକ୍ଷ ଟିକେଟ ଦର ୫ଟଙ୍କା ଓ ୧୦ଟଙ୍କା ବୃଦ୍ଧି କରିଛନ୍ତି । ଏହାକୁ ନେଇ କିଛି ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛି ସଫାରୀ ବ୍ୟବସ୍ଥା । ପର୍ଯ୍ୟଟକମାନେ ୪ଟି ସଫାରୀରେ ଖୋଲାରେ ବିଚରଣ କରୁଥିବା ବାଘ, ଭାଲୁ, ସିଂହ, ହରିଣ, ସମ୍ବର, ନୀଳଗାଈ ଆଦିଙ୍କୁ ଦେଖିପାରିବେ । ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା ରହିଛି ।ପୂର୍ବରୁ ଏହି ସଫାରୀ ବସ୍‌ରେ ବୁଲିବା ପାଇଁ ସାଧାରଣ ବସ୍‌ ଟିକେଟ ପିଛା ୬୦ ଟଙ୍କା ଓ ଶୀତତାପ ନିୟନ୍ତ୍ରିତ ବସ୍‌ ପିଛା ୯୦ ଟଙ୍କା ମୂଲ୍ୟ ଥିଲା । ସେପ୍ଟେମ୍ବର ୧ରେ ହଠାତ୍‌ ପର୍ଯ୍ୟଟକ ଟିକେଟ କାଟିବାବେଳେ ମୂଲ୍ୟ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ନିୟମାନୁଯାୟୀ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ନୂତନ ଦର ଅନୁଯାୟୀ, ପର୍ଯ୍ୟଟକ ଏବେ ୪ଟି ସଫାରୀ ବୁଲିବା ପାଇଁ ସାଧାରଣ ବସ୍‌ରେ ୬୫ଟଙ୍କା ଓ ଶୀତତାପ ନିୟନ୍ତ୍ରିତ ବସ୍‌ରେ ୧୦୦ ଟଙ୍କା ଦେବାକୁ ପଡ଼ିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ଚକ୍ଷୁଦାନପକ୍ଷ ପାଳନର ୯ମ ଦିବସରେ ରେଳ ଷ୍ଟେସନରେ ସଚେତନତା

ଜାତୀୟ ଚକ୍ଷୁଦାନପକ୍ଷ ପାଳନର ୯ମ ଦିବସରେ ରେଳ ଷ୍ଟେସନରେ ସଚେତନତା

Read More...

ଆଜି ବିଶ୍ବ ନାରିକେଳ ଦିବସ

ଆଜି ବିଶ୍ବ ନାରିକେଳ ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: