ଜାତୀୟ ଚକ୍ଷୁଦାନପକ୍ଷ ପାଳନର ୯ମ ଦିବସରେ ରେଳ ଷ୍ଟେସନରେ ସଚେତନତା

September 02, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ଜାତୀୟ ଚକ୍ଷୁଦାନପକ୍ଷ ପାଳନର ୯ମ ଦିବସରେ ରେଳ ଷ୍ଟେସନରେ ସଚେତନତା
Gouri Shankar Mishra
[ Video Journalist ]
Bhagyaprabha News Bureau
September 02, 2023

ବ୍ରହ୍ମପୁର - ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୯ମ ଦିନରେ ବ୍ରହ୍ମପୁର ରେଳ ଷ୍ଟେସନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କ୍ଲବର ସଭାପତି ଇ. ପ୍ରଶାନ୍ତ କୁମାର ପାତ୍ର, ଉପସଭାପତି ଜମ୍ମୁଲା ସୁରେଶ, କେ. ପୁରୁଷୋତ୍ତମ କୁମାର ସୁବୁଦ୍ଧି, Ch. ଶିବପ୍ରସାଦ ରାଓ , ଇ. ଡି. ପାତ୍ର, ଇ.ଜଗଦୀଶ୍ୱର ରାଓ, ଭି. ସତ୍ୟନାରାୟଣ, ମନୋଜ କୁମାର ପାଢୀ ଏଲ. ମନୋଜ କୁମାର ପାତ୍ର,ଭି. ରବିକୁମାର ରେଳ ଷ୍ଟେସନ ବାହାରେ ଓ ଭିତରେ ଏପରିକି ରେଳଡବା ଦ୍ଭିତରେ ଥିବା ଯାତ୍ରୀମାନଙ୍କୁ ଚକ୍ଷୁଦାନ ସମ୍ପର୍କିତ ପ୍ରଚାର ପତ୍ର ବାଣ୍ଟିବା ସଂଗେ ସଂଗେ ଚକ୍ଷୁଦାନ ସମ୍ପର୍କରେ ବୁଝାଇଥିଲେ। ମୃତ୍ୟୁପରେ ଆମ ଶରୀରକୁ ପୋଡ଼ି ଦେଇଥାଉ କିମ୍ବା ପୋତି ଦେଇ ଥାଉ। ତେଣୁ ଆମର ଅତିଦରକାରୀ ଆଖି ଦୁଇଟିକୁ ମଧ୍ୟ ନଷ୍ଟ କରିଦେଉ। କିନ୍ତୁ ଆମେ ଯଦି ଚକ୍ଷୁ (କର୍ଣ୍ଣିଆ) ଦାନ କରିପାରିବା ତେବେ ଦୁଇଜଣ ଦୃଷ୍ଟିବାଧିତ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରିପାଇବେ । କର୍ଣ୍ଣିଆ ଏକ ସ୍ଵଛପଟଳ। କୌଣସ କାରଣରୁ କର୍ଣ୍ଣିଆ ନଷ୍ଟ ହୋଇଗଲେ ଦୃଷ୍ଟିଶକ୍ତି ହରାଇଥାନ୍ତି। ଅନ୍ଧତ୍ୱ ଭାରତ ପାଇଁ ଏକ ବଡ ସମସ୍ୟା। ଏହି ସମସ୍ୟାର କିଛି ସମାଧାନ ପାଇଁ ଜାତି ଧର୍ମ ଲିଙ୍ଗ ନିର୍ବିଶେଷରେ ଯେ କୌଣସି ବୟସର ମୃତ ବ୍ୟକ୍ତି ଚକ୍ଷୁଦାନ କରିପାରିବେ। ମୃତ୍ୟୁର ୮ଘଣ୍ଟା ମଧ୍ୟରେ ତାଲିମପ୍ରାପ୍ତ ଆଖି ଡାକ୍ତରଙ୍କ ଦ୍ୱାରା ଆଖି ବା କର୍ଣ୍ଣିଆ ନିଆଯାଇଥାଏ। ଅପେକ୍ଷା ରତ କାର୍ଣ୍ଣିଆଯୋଗୁଁ ଦୃଷ୍ଟିବାଧିତଙ୍କ ନିକଟରେ ପ୍ରତି ରୋପଣ କରିବା ପରେ ଦୃଷ୍ଟିଶକ୍ତି ଫେରିଥାଏ। ଏହି କାର୍ଯ୍ୟକ୍ରମ ପ୍ରୋଜେକ୍ଟ ଚେଇରମାନ ବି. ଲଷ୍ମୀନାରାୟଣ ପାତ୍ରଙ୍କ ତତ୍ୱବାଧାନରେ ହୋଇଥିଲା। ସେହିପରି ଏ.ଏସ.ଏନ.ପାତ୍ରଙ୍କ ତତ୍ବାବାଧାନରେ ଲାଞ୍ଜିପଲ୍ଲୀ ସରକାରୀ ମୁନିସିପାଳିଟି ବାଳକ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁଦାନ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଏଥିରେ ୧୭ ଜଣ ଛାତ୍ର ଭାଗ ନେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାର ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ

ଓଡ଼ିଶାର ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ

Read More...

ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ ବୃଦ୍ଧି

ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ ବୃଦ୍ଧି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: