ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ୍ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଗଲା ଚାମ୍ବର ଅଫ କମର୍ସ

September 10, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ୍ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଗଲା ଚାମ୍ବର ଅଫ କମର୍ସ
Gouri Shankar Mishra
[ Video Journalist ]
Bhagyaprabha News Bureau
September 10, 2023

ବ୍ରହ୍ମପୁର-ଗ୍ରାମକଣ୍ଟକ ଜମିରେ ସଲାମୀକୁ କମ୍ କରାଯିବାକୁ ନେଇ ଚାମ୍ବର ଅଫ କମର୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି । ଗଂଜାମ ଚାମ୍ବର ଅଫ କମର୍ସ ଆନୁକୂଲ୍ୟରେ ବ୍ରହ୍ମପୁରସ୍ଥ ଟାଉନ ହଲ ଠାରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଐତିହାସିକ ପଦକ୍ଷେପ ଅର୍ଥାତ ଦକ୍ଷିଣ ଓଡ଼ିଶାର ଗ୍ରାମ କଣ୍ଟକ/ ପରମ୍ଭକ ଜମି ଉପରେ ୨୦% ସଲାମୀ ସ୍ଥାନରେ ୨% କରାଯାଇଥିବାରୁ ଓ ସିସ୍ତୁକୁ ପୂର୍ବପରି ଧାର୍ଯ୍ୟ କରିଥିବାରୁ ଧନ୍ୟବାଦ ଅର୍ପଣ ସଭା କରାଯାଇଛି। ଏହି ସଭାରେ ଚାମ୍ବର ଅଫ କମର୍ସର ସଭାପତି ଇପାରି ଶିବ ପ୍ରସାଦ ରାଓ ସଭାପତିତ୍ୱ କରିଥିଲେ। ସଭାରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟେର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ଜିଲ୍ଲା ଯୋଜନା ବୋର୍ଡ଼ର ସଦସ୍ୟ ତୁମ୍ଭନାଥ ପଣ୍ଡା, ବ୍ରହ୍ମପୁର ମୁନିସିପାଲ କମିସନର ଜେ. ସୋନାଲ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ,ବ୍ରହ୍ମପୁର ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ଓ ଚାମ୍ବରର ସମ୍ପାଦକ ଭି. ସନ୍ତୋଷ କୁମାର ମଞ୍ଚାସୀନ ଥିଲେ। ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗଂଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଗ୍ରାମକଣ୍ଟକ ଜମି କିଣାବିକରେ ଘୋର ଅସୁବିଧା ହେଉଥିଲା । ପଟ୍ଟା ପାଇବା ପାଇଁ ବାଣିଜ୍ୟିକ ସମ୍ପତ୍ତି commercial property କୁ ବେଞ୍ଚ ମାର୍କ ମୂଲ୍ୟର ୨୦% ସଲାମି ଦେବାକୁ ପଡୁଥିଲା ଓ ସେହି ସଲାମୀକୁ ସରକାର ୨% କୁ କମାଇ ଦେଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହାଫଳରେ ବ୍ୟବସାୟୀ ତଥା ସାଧାରଣ ଜନତା ବହୁତ ଉପକୃତ ହେବେ ବୋଲି ଖୁସି ଅନୁଭବ କରିଛନ୍ତି। ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହା ହେବାପାଇଁ ଗଂଜାମ ଚାମ୍ବର ଅଫ କମର୍ସ ଦୀର୍ଘ ୪ ବର୍ଷ ହେଲା ଅହରହ ଆପ୍ରାଣ ଚେଷ୍ଟା କରି ଆସୁଛନ୍ତି। ଏହା ଫଳପ୍ରଦ ହେବାପାଇଁ ଆମ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା , ଯୋଜନା ବୋର୍ଡ଼ର ସଦସ୍ୟ ଶ୍ରୀ ତୁମ୍ବନାଥ ପଣ୍ଡା ଓ ସମସ୍ତ ରାଜସ୍ୱ ବିଭାଗର ଅଫିସର ଓ କର୍ମଚାରୀଙ୍କ ଚେଷ୍ଟା ପ୍ରଣୀଧାନ ଯୋଗ୍ୟ। ଏହି ସଭାକୁ ଅବଦୁଲ ସତ୍ତାର ଇଡ୍ରିସ୍, କେ. ରବୀକୁମାର, ପି.ଏସ.ଏନ.ସେନାପତି, ସଚିନନ୍ଦନ ପୃଷ୍ଟି ,ଏ.ରମେଶ ପାତ୍ର, ବି.ସ୍ୱରାଜ୍ୟ ସୁବୁଦ୍ଧି,ସାକା ଶ୍ରୀକାନ୍ତ ଓ ଚାମ୍ବରର ବହୁ ସଦସ୍ୟ ସହଯୋଗ କରିଥିଲେ। ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ଭି. ଭି. ଅର.ଏନ. ରାଓ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ଏହା ପ୍ରଣୟନ ପାଇଁ ବହୁ ସ୍ବେଛାସେବୀ ସଂଗଠନ ଓ ବ୍ୟକ୍ତିତ୍ୱ ମଧ୍ୟ ବିଚାରାଳୟର ହସ୍ତକ୍ଷେପ ଲୋଡିଥିଲେ। ଶ୍ରୀ ବଦ୍ରୀ ପ୍ର୍ରସାଦ ରାୟଗୁରୁଙ୍କ ଭୂମୀକା ଏହି ଦିଗରେ ପ୍ରଣୀଧାନ ଯୋଗ୍ୟ। ସଂଗଠନର ସମ୍ପାଦକ ଭି.ସନ୍ତୋଷ କୁମାର ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା।ପରେ ଦ୍ଵିତୀୟ ଅଧିବେଶନରେ ପଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଗ୍ରାମକଣ୍ଟକ ଜମି ଓ ଲୀଜଜମି ସମ୍ୱନ୍ଧରେ ଉପୁଜୁଥିବା ବିଭିନ୍ନ ସମସ୍ୟା ବିଷୟରେ ପ୍ରଶ୍ନ ପଚାରି ଥିଲେ ଓ ତହସିଲଦାର ବିଭୀନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋରାପୁଟ-ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟଙ୍କୁ କୋର୍ଟ ଚାଲାଣ

କୋରାପୁଟ-ନାରାୟଣପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ବ୍ୟବସାୟଙ୍କୁ କୋର୍ଟ ଚାଲାଣ

Read More...

କାମ୍ବୋଡ଼ିଆରେ ଫଶିଥିବା ଓଡ଼ିଆ ଯୁବକ ଉଦ୍ଧାର ହୋଇ ଘରକୁ ଫେରିଲେ

କାମ୍ବୋଡ଼ିଆରେ ଫଶିଥିବା ଓଡ଼ିଆ ଯୁବକ ଉଦ୍ଧାର ହୋଇ ଘରକୁ ଫେରିଲେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: