ମୋ ଦେଶ ମୋ ମାଟି ପାଇଁ ଗଜପତିରୁ ମାଟି ସଂଗ୍ରହ ।

September 14, 2023, ବିଶେଷ, , Rasmi Ranjan Sahu
ମୋ ଦେଶ ମୋ ମାଟି ପାଇଁ ଗଜପତିରୁ ମାଟି ସଂଗ୍ରହ ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 14, 2023

ସ୍ୱାଧନତା ସଂଗ୍ରାମୀଙ୍କ ସ୍ମୃତି ଉଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ ଲାଗି ଦେଶର ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଉଛି,ଏହି ଅବସରରେ ଗଜପତି ଜିଲ୍ଲାରେ ଭାରତୀୟ ଜନତା ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଦିନିକିଆ ଗସ୍ତରେ ଆସିଛନ୍ତି ପାରଳାଖେମୁଣ୍ଡି।ଆଜି ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ଠାରେ ପହଁଚିଥିଲେ ।ରାମସାଗର ଛକ ନିକଟରେ ଭବ୍ୟ ସମ୍ବର୍ଦ୍ଧନା କରି ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ ଯୋଗ ଦେବା ସକାଶେ ପ୍ରଥମେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ପହଁଚି ସେଠାରୁ ଏକ ବିରାଟ ଶୋଭାଭାଯାତ୍ରା ବାହାରି ସହର ପରିକ୍ରମା କରି ବଜାର ଛକ ନିକଟରେ ଥିବା ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସେଠାରୁ ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମ ପାଇଁ ମାଟି ସଂଗ୍ରହ କରାଗଲା।ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ,ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ପ୍ରଭାରୀ ସରୋଜ ସାବତ, ମହିଳା ମୋର୍ଚ୍ଚା ଅରୁଣୀମା ସାହୁ, ବରିଷ୍ଠ ନେତା ସିଦ୍ଧେଶ୍ୱର ମିଶ୍ର, ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ

Read More...

୧୫ ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ।

୧୫ ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: