ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ

September 14, 2023, ବିଶେଷ, ଗଞ୍ଜାମ, Rasmi Ranjan Sahu
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 14, 2023

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜନ କରି ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ । କହିଥିଲେ ରାଜ୍ୟ ସରକାର 25 ବର୍ଷ ଶାସନ କାଳରେ ନିଜ ନୈତିକତା ହରାଇଛନ୍ତି ଶାସନ କାଳ ମଧ୍ୟରେ କୃଷିର ଅବିବୃଦ୍ଧି କରିପାରିଛନ୍ତି ନା ଶିକ୍ଷା କ୍ଷେତ୍ରରେ କିଛି ଉଲେଖନୀୟ କାମ କରିଦେଖାଇଛନ୍ତି । ରାଜ୍ୟରେ ବଢିଚାଲିଛି ଦୁର୍ନୀତି ଯାହାର ପ୍ରତେକ ତଥ୍ୟକୁ ନେଇ ଗାଁ ଗାଁରେ ଘରେ ଘରେ ପହଞ୍ଚିବ ବିଜେପି ବୋଲି କହିଛନ୍ତି । ଚାଷୀଙ୍କ ସମସ୍ୟା ନେଇ ଗଜପତି ଜିଲ୍ଲାରେ 2007 ମସିହାରେ ରାଜ୍ୟ ସରକାର ନେଉ ଡମ୍ବାପୁର ପ୍ରକଳ୍ପ ନିର୍ମାଣ କରିଥିଲେ ତାହା ଆଜିଯାଏ ସମ୍ପୂର୍ଣ ହୋଇ ପାରିଲାନାହିଁ, ଜିଲାରେ ମକା, କମଳା, ସପୁରୀ ଭଳି ଉଚ୍ଚ ମାନର ଫଳ ଉତ୍ପାଦନ ହେଉଛି କିନ୍ତୁ ରାଜ୍ୟ ସରକାର ଚାଷୀଙ୍କୁ ସଠିକ ବଜାର ସୃଷ୍ଟି କରିପାରିନାହାନ୍ତି । ସେପଟେ ଜିଲାର ମୋହନା ନିର୍ବାଚନ ମଣ୍ଡଳୀରେ ମଣ୍ଡି ଅଭାବରୁ ଚାଷୀ ନିଜ ଉତ୍ପାଦିତ ଧନର ଉପଯୁକ୍ତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଚାଲିଥିବା ଶିକ୍ଷକଙ୍କ ଆନ୍ଦୋଳନ କୁ ସେ ପୂର୍ଣ୍ଣ ସମର୍ଥନ କରୁଥିବା କହିଛନ୍ତି । ଶିକ୍ଷକଙ୍କ ଦାବିରେ ଯଥାର୍ଥତା ଅଛି ବୋଲି କହିଛନ୍ତି । ସେପଟେ ଛାତ୍ର ନିର୍ବାଚକୁ ରାଜ୍ୟ ସରକାର ବନ୍ଦ କରିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି । ଛାତ୍ରଙ୍କ ନଜସ୍ବ ହକ ଗଣତାନ୍ତ୍ରିକ ପଦ୍ଧତିରେ ନିଜ ସମସ୍ୟା ସମାଧାନ କରିବ ସେଥିରେ ରୋକ ଲାଗିବା ଅସମଭିଧାନିକ ବୋଲି ଯୁକ୍ତି ରଖିଛନ୍ତି । ତେଣୁ 2024 ନିର୍ବାଚନରେ ବିନେପି ଲୋକଙ୍କ ସହ ରହି ଓଡ଼ିଶାରେ ନିଜ ସରକାର ଗଢ଼ିବ ଗତ 25 ବର୍ଷ କାଳ ମଧ୍ୟରେ ଯାଉଁ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ତାହା କରି ଦେଖିବୁ ବୋଲି ଦୃଢ଼ ଉକ୍ତି ପ୍ରକାଶ କରିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ପାଇଁ ଯୁଗ୍ମ ସର୍ଭେ ଆରମ୍ଭ

ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ପାଇଁ ଯୁଗ୍ମ ସର୍ଭେ ଆରମ୍ଭ

Read More...

ମୋ ଦେଶ ମୋ ମାଟି ପାଇଁ ଗଜପତିରୁ ମାଟି ସଂଗ୍ରହ ।

ମୋ ଦେଶ ମୋ ମାଟି ପାଇଁ ଗଜପତିରୁ ମାଟି ସଂଗ୍ରହ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: