ଗଞ୍ଜାମ ଷ୍ଟେସନରେ ଟ୍ରେନ ରହଣୀ ନେଇ ଗଣଧାରଣା ତୃତୀୟ ଦିନରେ

October 05, 2023, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଗଞ୍ଜାମ ଷ୍ଟେସନରେ ଟ୍ରେନ ରହଣୀ ନେଇ ଗଣଧାରଣା ତୃତୀୟ ଦିନରେ
Santosh Kumar Mishra
[ Special Correspondent ]
Bhagyaprabha News Bureau
October 05, 2023

ଗଞ୍ଜାମ ସହର ସ୍ଥିତ ରେଳ ଷ୍ଟେସନ ଠାରେ ପୂର୍ବରୁ ରହିଆସୁଥିବା ଦ୍ରୁତଗାମୀ ଟ୍ରେନ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ରହଣି ଦାବିରେ ଗଞ୍ଜାମ ଷ୍ଟେସନ ଠାରେ ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଚାଲିଥିବା ବିଶାଳ ପ୍ରତୀକ ଧାରଣା ତୃତୀୟ ଦିବସରେ ପହଞ୍ଚିଛି। ଲଗାତାର ତୃତୀୟଦିନରେ ମଧ୍ୟ ପୁର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଧାରଣାରେ ବସିଥିବା ବେଳେ ,ଆନ୍ଦୋଳନକୁ ସମର୍ଥନ କରି, କଂଗ୍ରେସ, ସିପିଏମ , ବିଜେପି, ଗଞ୍ଜାମ ଏନଏସିର କାଉନସିଲର, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ।ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା,କଂଗ୍ରେସ ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ, ସିପିଏମ ନେତା ଦିଲ୍ଲୀପ ଛୋଟରାୟ, ପି. ହରିକୃଷ୍ଣରେଡ୍ଡୀ, ବିଜେପିର ପ୍ରଶାନ୍ତ ନାୟକ, ସୁବାସ ସାହୁ, ପ୍ରଶାନ୍ତ କର, କୃଷ୍ଣ ଚନ୍ଦ୍ରନାୟକ, ବସନ୍ତ ବେହେରା, କାନ୍ତାରି ଦଳେଇ,ରଞ୍ଜନ ବେହେରା,ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ,କାଉନସିଲର ସୁଜାତା ମହାନ୍ତି, ସବିତା ବେହେରା, ମହାଲକ୍ଷ୍ମୀ ନାୟକ,ପୁରୁଷୋତ୍ତମ ସାହୁ ,ପି. ଚନ୍ଦ୍ରଶେଖର, ପି.ମୋହନ ରେଡ୍ଡୀ, ଯୋଗଦେଇଥିଲେ।ପରିଷର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୋୖରୀଶଙ୍କର ପାଢ଼ୀ, ଉପଦେଷ୍ଟା ଇଂ ଵିନୋଦ କୁମାର ପାଢୀ, ଵିନୋଦ ଚନ୍ଦ୍ର ମହାପାତ୍ର, ଆନ୍ଦୋଳନର ନେତୃତ୍ବ ନେଉଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ , ସାମାରେଡ୍ଡୀ, ଗୌରିଶଙ୍କର ବାରିକ, ସୁଦାମ ଜେନା, ସୁଧୀର ପାଢ଼ୀ, ସିଲୁଦାସ,ଦୁର୍ଗା ମାଧବ ପାଣିଗ୍ରାହୀ, ସନ୍ତୋଷ ଆଚାର୍ଯ୍ୟ,ପତିତ ପାବନ ମହାପାତ୍ର, ହାଡ଼ିଆ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ଣ ସମୟରେ ଖୋର୍ଦ୍ଧା ଡିସିଏମ -ଜେ.ସି.ନାୟକ, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଧାରଣା ସ୍ଥଳରେ ପହଞ୍ଚି ଖୋର୍ଦ୍ଧା ଡିଆରଏମ ଟ୍ରେନ ରଖିବା ପାଇଁ ଚିଫ ଅପରେଟିଙ୍ଗ ଅଫିସରଇଷ୍ଟକୋଷ୍ଟ ରେଳବାଇ ଭୁବନେଶ୍ୱରକୁ ସୁପାରିଶ କରିଥବା ଏକଚିଠି ପ୍ରଦାନ କରିଥିଲେ। ମାତ୍ର ଆନ୍ଦୋଳନ କାରୀ ମାନେ ଧାର୍ଯ୍ୟତାରିଖ ଚିଠିରେ ନଲେଖିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କହିବା ,ରେଳ ରୋକ କରାଯିବ ବୋଲି କହିଥିଲେ। ଫଳରେ ଆଲୋଚନା ବିଫଳ ହୋଇଥିଲା। ଅନ୍ୟପଟେ ଆସନ୍ତା କାଲି ରେଳରାଷ୍ଟ୍ର ମନ୍ତ୍ରୀଙ୍କ ଗଂଜାମ ସହରରେ ଜନସମ୍ପର୍କ ଯାତ୍ରାଥିବାରୁ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ମାନ୍ୟବର ମନ୍ତ୍ରୀ ଆନ୍ଦୋଳନ ସ୍ଥଳକୁ ଆସିବେ ବୋଲି ଅଞ୍ଚଳବାସୀ ଅଶା ରଖିଥିବା ବେଳେ, ବିଜେପି କାର୍ଯ୍ୟକର୍ତ୍ତା ମାନେ ବି ମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ରୟାସ କରୁଥିବା ଦେଖାଯାଇଛି।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ପୋଲିସ ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଫୋର୍ସ ସହ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: