କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

October 05, 2023, ଅପରାଧ, ଗଞ୍ଜାମ, BHAGYAPRABHA NEWS
କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 05, 2023

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ଏସ ଆଇ ଶ୍ରଦ୍ଧାଞ୍ଜଳି ସେନାପତି, ଏ ଏସ ଆଇ ସସ୍ମିତା ବେହେରା, ଏ ଏସ ଆଇ ଅମୂଲ୍ୟ ରତ୍ନବୀର, ସାଇବର ସେଲ ଗଞ୍ଜାମ, ଅନ୍ୟାନ୍ୟ ସମସ୍ତ ପୋଲିସ କର୍ମଚାରୀ, ଗୋଷ୍ଠି ଶିକ୍ଷାଧିକାରୀ ସଦ୍ୟସ୍ମାନ୍ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ଡ. ସ୍ନିଗ୍ଧାରାଣି ସ୍ବାଇଁ, ସରପଞ୍ଚ ଚିତ୍ରସେନ ଘୋଷ, ସଭାପତି ଶିବ ବିଶୋୟୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଏସ ପି ରଞ୍ଜିତ ପୃଷ୍ଟି ଶୁଭ ଉଦଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏକ ନାଟକ ପରିବେଷଣ କରି ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ରେଡ୍ କ୍ରସ ଛାତ୍ରଛାତ୍ରୀ ମାନେ ଭାଗନେବା ସହିତ ରେଡ୍ କ୍ରସ୍ ଦାୟିତ୍ବରେ ଥିବା ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମମତା ପଣ୍ଡା, ସାହିଦା ବେଗମ, ମଧୁଛନ୍ଦା ଜେନା, ଜ୍ୟୋସ୍ନାବାଳା ସେନାପତି, ଲକ୍ଷ୍ମଣ ସାହୁ, ପ୍ରମିତା ଦାସ, ମନୋଜ କୁମାର ସ୍ବାଇଁ, ବିନାୟକ ସାହାଣୀ, ନମିତା ପ୍ରିୟଦର୍ଶିନୀ ଜେନାଏବଂ କମିଟି ସଦସ୍ୟ ମନୋଜ କୁମାର ସାହୁ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁରରେ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କଲେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ

ଗୋପାଳପୁରରେ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କଲେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ

Read More...

ଗଞ୍ଜାମ ଷ୍ଟେସନରେ ଟ୍ରେନ ରହଣୀ ନେଇ ଗଣଧାରଣା ତୃତୀୟ ଦିନରେ

ଗଞ୍ଜାମ ଷ୍ଟେସନରେ ଟ୍ରେନ ରହଣୀ ନେଇ ଗଣଧାରଣା ତୃତୀୟ ଦିନରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: