ପାରଳାଖେମୁଣ୍ଡିର ମହେନ୍ଦ୍ର ବନାଞ୍ଚଳରେ ବାଘ

October 20, 2023, ବିଶେଷ, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡିର ମହେନ୍ଦ୍ର ବନାଞ୍ଚଳରେ ବାଘ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
October 20, 2023

ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ଵନାଞ୍ଚଳର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ଵନଖଣ୍ଡର ଏସିଏଫ୍ ଶ୍ରୀ ଅଶୋକ କୁମାର ଵେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ଵାଘର ପାଦଚିହ୍ନ ଠାଵ କରିଥିଲେ । ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟର ପେରିସ୍ ମାଧ୍ୟମରେ tracing କରାଯାଇଥିଲା। ସେହିଦିନ ଵାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି trap camera ଲଗାଯାଇଥିଲା । ଆଜି ତା ୨୦.୧୦.୨୦୨୩ ରିଖ ସକାଳୁ ଗୋଟିଏ camera ରେ ଏକ ମହାବଳ ଵାଘ ର ଅବସ୍ଥିତି ଜଣାପଡିଛି। ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ଦିଆଯାଇଛି।ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁକୁଡାଖଣ୍ଡି : କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ

କୁକୁଡାଖଣ୍ଡି : କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ "ବେଟୀ ବଚାଓ ଓ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଗଜପତିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଗଜପତିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: