କୁକୁଡାଖଣ୍ଡି : କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ "ବେଟୀ ବଚାଓ ଓ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ

October 21, 2023, ଶିକ୍ଷା, ଗଞ୍ଜାମ, Sri Jaganath Tripathy
କୁକୁଡାଖଣ୍ଡି : କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
October 21, 2023

କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ କୃପାସିନ୍ଧୁ ପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ "ବେଟୀ ବଚାଓ ଓ ବେଟୀ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଦେବବ୍ରତ ମହନ୍ତ ଓ ମୂଖ୍ୟ ବକ୍ତା ଭାବେ ଶ୍ରୀ ସୁଜିତ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସ୍ବାଇଁ ଯୋଗଦାନ କରି ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିଥଲେ। ମୂଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମାଜରେ ଶିଶୁ କନ୍ୟା ମାନଙ୍କ ପ୍ରତି ଯତ୍ନବାନ ହେବା ଉଚିତ। ସେମାନଙ୍କ ପୌଷ୍ଟିକ ଆହାର ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ। ସମାଜରେ କନ୍ୟା ଭୃଣ ହତ୍ୟା ରୋକିବା ନିହାତି ଜରୁରୀ। ବର୍ତମାନ ସମାଜରେ ଝିଅମାନଙ୍କ ସଂଖ୍ୟା ହ୍ରାସ ପାଉଛି। କନ୍ୟା ସନ୍ତାନ ପ୍ରତି ହତାଦର ନକରି ବରଂ ଆଦର କରିବାକୁ ପଡ଼ିବ। ମୂଖ୍ୟ ବକ୍ତା ତାଙ୍କର ଅଭିଭାଷଣରେ କହିଥିଲେ ସମାଜରୁ ବାଲ୍ୟ ବିବାହ ଉଚ୍ଛେଦ ହେବା ଜରୁରୀ। ଝିଅକୁ ଅଠର ଓ ପୁଅକୁ ଏକୋଇଶି ବର୍ଷ ବୟସରେ ବିବାହ କରିବା ଉଚିତ୍। ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସ୍ବାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ କନ୍ୟା ସନ୍ତାନ ମାନ ଅଧିକରୁ ଅଧିକତର ବିଦ୍ୟାଳୟ କୁ ଆସି ପାଠ ପଢି ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଢ଼ିବେ। ଏହି ସଭାରେ ସାତ ଜଣ ମହିଳା ପରିଦର୍ଶୀକା ମଧ୍ୟ ଯୋଗଦାନ କରିଥିଲେ। ଏବଂ ଦଶ ଜଣ ଅଙ୍ଗନବାଡ଼ି କର୍ମୀ ଯୋଗଦାନ କରିଥିଲେ। ଏହି ସୁକ୍ଲର ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସାଇ ବିଭୁତି ବେହେରା,ଲିବିତା କୁମାରୀ ନାୟକ, ଉର୍ମିଳା କୁମାରୀ କାର୍ଜି, ସନ୍ଧ୍ୟା ରାଣୀ ରଣା, ଦୀପ୍ତି ରାଣୀ ନାୟକ,ହର ପ୍ରସାଦ ବିଶୋଇ, ଆଦିକନ୍ଦ ସାର, ମନୋଜ କୁମାର ଦଳେଇ,ସରିତା କୁମାରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀ ଦ୍ଵାରା ସୋଇଥିବା ପରୀ କାର୍ଯ୍ୟକ୍ରମ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏବଂ ପୁରସ୍କାର ବିତରଣ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

Read More...

ପାରଳାଖେମୁଣ୍ଡିର ମହେନ୍ଦ୍ର ବନାଞ୍ଚଳରେ ବାଘ

ପାରଳାଖେମୁଣ୍ଡିର ମହେନ୍ଦ୍ର ବନାଞ୍ଚଳରେ ବାଘ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: