ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

November 02, 2023, ଦେଶଦୁନିଆ, ଗଜପତି, Rasmi Ranjan Sahu
ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
November 02, 2023

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଏର୍ଦେଲା ସାହିର ବିଜେପି କାର୍ଯ୍ୟାଳୟରେ ଆଜି ବୁଧବାର ଦିନ ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ ଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ପାଳ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ , ରାଜ୍ୟ କିଶନ ମୋର୍ଚ୍ଚା ସାଧାରଣ ସଂପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂଯୋଜକ ଡ଼ଃ ଜଗନ୍ନାଥ ମହାପାତ୍ର, ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ଉତ୍ତମ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଗଜେନ୍ଦ୍ର ଚୌଧୁରୀ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ଏହି କାର୍ଯ୍ୟ କାରିଣୀ ବୈଠକ ସମ୍ପର୍କ ବିଷୟରେ ଆଲୋଚନା କରିଥଲେ। ଏହି ଅବସରରେ ମୋଦୀ ସରକାରଙ୍କ ଅମଳରେ ଚାଷୀଙ୍କ ପାଇଁ ହୋଇଥିବା ବିଭିନ୍ନ କୃଷି ଯୋଜନା ସମନ୍ଧରେ ଆଲୋଚନା କରଯାଇଥିଲା। ଏଥି ସହ ଗଜପତି ଜିଲ୍ଲା ରେ ହୋଇଥିବା ଫସଲ ମରୁଡ଼ି କୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିବା ସହ କିପରି ଚାଷୀଙ୍କୁ ସହଯୋଗ ମିଳିବ ସେ ନେଇ ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲାର ସମସ୍ତ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଚିନ୍ତରେ ଚାଷୀକୂଳ , ଯୋର ଧରିଲାଣି ମରୁଡି ଘୋଷଣା ଦାବୀ

ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଚିନ୍ତରେ ଚାଷୀକୂଳ , ଯୋର ଧରିଲାଣି ମରୁଡି ଘୋଷଣା ଦାବୀ

Read More...

ଗଜପତି ସ୍ମରଣିକା କମିଟିର ପ୍ରଥମ ବୈଠକ

ଗଜପତି ସ୍ମରଣିକା କମିଟିର ପ୍ରଥମ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: