ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଚିନ୍ତରେ ଚାଷୀକୂଳ , ଯୋର ଧରିଲାଣି ମରୁଡି ଘୋଷଣା ଦାବୀ

November 02, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଚିନ୍ତରେ ଚାଷୀକୂଳ , ଯୋର ଧରିଲାଣି ମରୁଡି ଘୋଷଣା ଦାବୀ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
November 02, 2023

ଗଜପତି ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଦେଖାଦେଲାଣି ଏବେ ମରୁଡି ପରିସ୍ଥିତି । ଗତ ତିନି ମାସ ଧରି ଲାଗିରହିଛି ଅଭାବ ବୃଷ୍ଟି । କ୍ଷୁଦ୍ର ଜଳସେଚନ ବିଭାଗ ଜିଲାର ବିଭିନ୍ନ ଜଳ ଉତ୍ସ ଗୁଡିକର ମରାମତି ନକରିଥିବା ଯୋଗୁଁ ଚାଷୀ ପାଣି ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏବେ ଧାନ ଗର୍ଭଧାରିବା ସମୟରେ ଜମି ଫାଟି ଆଁ କରିଲାଣି । ମୁଖ୍ୟତଃ ଜିଲ୍ଲାରେ ଅଭାବ ବୃଷ୍ଟି ଯୋଗୁଁ ଦେଖାଦେଉଛି ମରୁଡି ପରିସ୍ଥିତି । ସଠିକ ସମୟରେ ମୌସୁମୀ ଆସିବା ଧାନ ଗଛ ରୁଆ ରୁଇ କରିବା ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । ହେଲେ ଗତ ତିନିମାସ ହେଲା ଅଭାବ ବୃଷ୍ଟି ଚାଷୀଙ୍କୁ ସଙ୍କଟ କୁ ଠେଲିଦେଇଛି । ସବୁବେଳେ ଗଜପତି ଜିଲ୍ଲାରେ ଅକ୍ଟୋବର ମାସ ବେଳକୁ ବର୍ଷର ଶେଷ ବର୍ଷା ହୋଇଥାଏ । ଯାହା ଧାନର ଗର୍ଭଧାରିବା ଠାରୁ ଅମଳ ପର୍ଯ୍ୟନ୍ତ ପାଣି ଯୋଗାଇଥାଏ ଚାଷୀଙ୍କୁ । ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପାହ ପର ଠାରୁ ଆଉ ବର୍ଷାର ଦେଖାନାହିଁ । ଧାନ ଗର୍ଭଧାରିବା ସମୟରେ ଚାଷ ଜମି ଫାଟି ଆଁ କରିଛି । ଅଧିକାଂଶ ଜମିରେ ଧାନ ଗଛ ସୁଖୀ ନଷ୍ଟ ହେଇସାରିଲାଣି । ଗଜପତି ରେ ବୃଷ୍ଟିପାତ ର ଅନୁପାତ ନଜର ପକାଇଲେ ଅଗଷ୍ଟରେ 254ମିଲିମିଟର ହେବାକୁ ଥିବା ବେଳେ ବର୍ଷା ହୋଇଛି 166ମିଲିମିଟର । ଯାହାକି ଅଭାବ ରହିଛି 87 ମିଲିମିଟର । ସେହିପରି ସେପ୍ଟେମ୍ବର ମାସରେ 238ମିଲିମିଟର ସ୍ଥାନରେ 136 ମିଲିମିଟର ବର୍ଷା ହୋଇଛି ଯାହା ସ୍ୱାଭାବିକ ଠାରୁ 101 ମିଲିମିଟର କମ ବୃଷ୍ଟିପାତ । ସେହିପରି ଅକ୍ଟୋବରରେ 169 ମିଲିମିଟର ସ୍ୱାଭାବିକ ବର୍ଷା ହେବ ବଦଳେ 21ମିଲିମିଟର ଯାହା 148 ମିଲିମିଟର କମ ବୃଷ୍ଟିପାତ ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ । ବର୍ଷ ଅଭାବ କ୍ଷତି ସହିବାକୁ ବାଧ୍ୟ ହୋଇଥିବା ଦୁଇ ହଜାର ହେକ୍ଟର ଚାଷୀଙ୍କ ସ୍ଥିତିକୁ ଦେଖି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଗଜପତି ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବୀ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବର ଅଛି । ସମସ୍ତ ଉଠାଜଳସେଚନ ଓ ବିଦ୍ୟୁତ ବିଭାଗ କୁ ସତର୍କ କରିଛନ୍ତି । ପରିସ୍ଥିତି ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରୟାସ ଜାରି ରଖିଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଗଜପତି ଜିଲ୍ଲାରେ ଚଳିତ ବର୍ଷର ଯେଭଳି ଜଳାଭାବ ଦେଖାଦେଇଛି ଗତ 15 ବର୍ଷରେ ଏଭଳି ଅବସ୍ଥା କେବେ ଦେଖାଦେଇନଥିଲା । ଆଗାମୀ ଏକ ସପ୍ତାହ ମଧ୍ୟରେ ବର୍ଷା ନହୁଏ ତେବେ ସରକାରୀ ସହାୟତା ଚାଷୀଙ୍କ ପାଇଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ରଙ୍ଗେଇଲୁଣ୍ଡାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା

ଗଞ୍ଜାମ ଜିଲ୍ଲାରେ ରଙ୍ଗେଇଲୁଣ୍ଡାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା

Read More...

ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: