ଛତ୍ରପୁର : ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପନ

December 12, 2023, ଶିକ୍ଷା, ଗଞ୍ଜାମ, Santosh Kumar Mishra
ଛତ୍ରପୁର : ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପନ
Santosh Kumar Mishra
[ Special Correspondent ]
Bhagyaprabha News Bureau
December 12, 2023

ସ୍ଥାନୀୟ କ୍ରୀଡାଙ୍ଗନରେ ୨ ଦିନ ଧରି ଚାଲିଥିବା ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ କ୍ରୀଡ଼ା ଉଦ୍ ଯାପନ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ NAC ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଫିଜିକାଲ ଏକାଡେମିର ପ୍ରତିଷ୍ଠାତା, କୋଚ ତଥା ଅବସର ପ୍ରାପ୍ତ ହାବିଲଦାର ସିମାଞ୍ଚଳ ବାରିକ ଯୋଗ ଦେଇ ଶିଶୁ ଉତ୍ସାହିତ କରିବା ସହ ଶିଶୁମାନଙ୍କୁ ସୁନ୍ଦର ଓ ସୁସ୍ଥ ରହିବାର ମାର୍ଗ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲେ । ପ୍ରଧାନଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ଉପସଭାପତି ଗୀତା ପାଢୀ, ସମାଜସେବୀ N.ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ବାର୍ଷିକ କ୍ରୀଡାର ବୃତ୍ତ ପଠନ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଶିଶୁ ,ବାଲ ଓ କିଶୋର ବର୍ଗ ଖେଳଗୁଡ଼ିକ ମଧ୍ଯରେ୧୦୦ମି,୨୦୦ମିଟର,୪୦୦ମି,୬୦୦ମି,୧୫୦୦ମି, ୩୦୦୦ମି, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ଗୋଳାଫିଙ୍ଗା,ଥାଳିଆ ଫିଙ୍ଗା,ଓ ବର୍ଛାଫିଙ୍ଗା ଆଦି ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡାରେ ଭାଗ ନେବେ । ଏଥିରେ ଶାରୀରିକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ, ସ୍ଥାନୀୟ ମହିଳା ମହାବିଦ୍ୟାଳୟର କ୍ରୀଡା ଅଧାପକ ସନ୍ତୋଷ କୁମାର ବିଷେୟୀ, ସମସ୍ତ ଅଭିଭାବକ ଓ ଅଭିଭାବିକା, ଗୁରୁଜୀଗୁରୁମା ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଙ୍ଗାଲୋରରେ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ..

ବାଙ୍ଗାଲୋରରେ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ..

Read More...

 ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍  ପକ୍ଷରୁ ଆୟୋଜିତ ହେଲା ସଡକ ସୁରକ୍ଷା ନେଇ ସଚେତନତା ପଦଯାତ୍ରା।

ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍ ପକ୍ଷରୁ ଆୟୋଜିତ ହେଲା ସଡକ ସୁରକ୍ଷା ନେଇ ସଚେତନତା ପଦଯାତ୍ରା।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: