ବାଙ୍ଗାଲୋରରେ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ..

December 12, 2023, ବିଶେଷ, , Bhagyaprabha News Bureau
ବାଙ୍ଗାଲୋରରେ ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ..
Bhagyaprabha News Bureau
December 12, 2023

ଶ୍ରଦ୍ଧା ଓ ଭକ୍ତିରେ ଭଗବାନଙ୍କ ନାମ ଶ୍ରବଣ, କୀର୍ତ୍ତନ କରିବା ଦ୍ୱାରା ମନରେ ପବିତ୍ରତା ଭରିଯାଏ । ଏକ ଦିବ୍ୟ ଆନନ୍ଦ ଅନୁଭୂତ ହୁଏ । ଜଗନ୍ନାଥ ସଂସ୍କୃତିରେ ସଂକୀର୍ତ୍ତନ ଏକ ପ୍ରମୁଖ ଅଂଶ । ଆଧ୍ୟାତ୍ମିକ ଚିନ୍ତାଧାରାର ପରିପ୍ରକାଶ କରିଥାଏ ଏହି ସଂକୀର୍ତ୍ତନ । ହରିନାମ ଜପ ଦ୍ୱାରା ପାପ କ୍ଷୟ ହୋଇଥାଏ । ସେ ସବୁକୁ ଆଖିରେ ରଖି ବାଙ୍ଗାଲୋରର ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ "ଓଡ଼ିଆ ଟ୍ରଷ୍ଟ ସାରଜପୁରା,ବାଙ୍ଗାଲୋର "ତରଫରୁ ପବିତ୍ର ପୁଣ୍ୟ କାର୍ତ୍ତିକ ମାସର ପଞ୍ଚୁକ ଉପଲକ୍ଷେ " କୋମସନ୍ଦ୍ରା ବାଙ୍ଗାଲୋର ଠାରେ ପ୍ରଭୁ ବାଶବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆୟୋଜନ କରାଯାଇଥିଲା । ଓଡିଶା ଠାରୁ ଦୂରରେ ରହି ଏସବୁ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ପବିତ୍ର କାର୍ତ୍ତିକ ପୂର୍ଣିମାରେ ରାମନାମ ଭଜିବା ସହିତ ପ୍ରଭୁ କୃପା ଲାଭ କରିଥିଲେ ।ପ୍ରବାସରେ ରହୁଥିବା ଶତାଧିକ ଭକ୍ତ ଏପରି ମହାନ କାର୍ଯ୍ୟର ପ୍ରଶଂସା କରିଥିଲେ । ଓଡ଼ିଆ ଟ୍ରଷ୍ଟ ସାରଜାପୁରା ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପୂର୍ବରୁ ମଧ୍ୟ ଓଡ଼ିଆ ଟ୍ରଷ୍ଟ ସାରଜପୁରା ପ୍ରବାସରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ରକ୍ତଦାନ ଶିବିର,ଅନାଥ ଆଶ୍ରମ କୁ ଦାନ ,ମେଡିକାଲ ସହାୟତା ଓ ସାରଜାପୁରା,ବାଙ୍ଗାଲୋର ଠାରେ ନୂତନ ଜଗନ୍ନାଥ ମନ୍ଦିର ଆରମ୍ଭ କରିବା ପରି ଅନେକ ମହତ କାର୍ଯ୍ୟର ଆୟୋଜନ କରି ଆସିଛି । କାର୍ଯ୍ୟ କ୍ରମଟିକୁ ସମସ୍ତେ ସହଯୋଗ କରିଥିଲେ ଜୀବନ କୁମାର ଓଝା, ବିଭୁ ପ୍ରସନ୍ନ ସାହୁ,ତପନ ଜ୍ୟୋତି ସ୍ୱାଇଁ, ସୁରଜ ସାମଲ, ଶ୍ରୀକାନ୍ତ ସ୍ୱାଇଁ, ସୌମ୍ୟ ରଞ୍ଜନ, ସମ୍ବିତ ମହାପାତ୍ର, ସବ୍ୟସାଚୀ ମାହାଳି, ପ୍ରସନ୍ନ ସାହୁ, ପ୍ରଦୀପ ଦାଶ, ଦୁର୍ଗା ଚରଣ ପାଢ଼ୀ, ବିଶ୍ୱଜିତ ମିଶ୍ର, ଉଦୟ ପଣ୍ଡା, ପରମାନନ୍ଦ ପତି, ନରେଶ ସାହୁ, ନାରାୟଣ ପଟ୍ଟନାୟକ, କାର୍ତ୍ତିକ ସ୍ୱାଇଁ, ଜୀବନଜ୍ୟୋତି, ଆଶୁତୋଷ ମିଶ୍ର, ଆଶିଷ କୁମାର ସାହୁ, ସତ୍ୟବାଦୀ ଶତପଥୀ, ରଶ୍ମୀକାନ୍ତ ମାହାଳ, ରଶ୍ମିରଂଜନ, ବିଜୟ, ଅଜୟ, ଅମର ମହାପାତ୍ର, ରାଜେଶ ପ୍ରଧାନ, ନରି, ଚନ୍ଦନ ଓଝା, ଉମାକାନ୍ତ ବେହେରା, କାବୁଲି, ସମ୍ବିତ ପଣ୍ଡା,ଅଜିତ ପଣ୍ଡା, ଅମୀୟ ସାହୁ, ବିଜୟ ପଣ୍ଡା, କିଶୋର ଲେଙ୍କା, ସମରେନ୍ଦ୍ର,ସୋମେଶ୍ୱର, ସୁକାନ୍ତ, ଶୁଭେନ୍ଦୁ, ସୁଦର୍ଶନ ରାଉତ, ଅଞ୍ଜନ ପାଲ, ସୁଶାନ୍ତ ରାଉତ, ଦାମୋଦର ବାରିକ, ନିରୋଦ ସେଠି, ଅଭିଜିତ ସାହୁ, ପରମେଶ୍ୱର ସାହୁ, ତ୍ରିନାଥ ପରିଡା, କୃଷ୍ଣ ଚନ୍ଦ୍ର ପ୍ରଧାନ, ଭାସ୍କର ଚନ୍ଦ୍ର ପଟ୍ଟାୟତ, ହେମନ୍ତ ଜେନା, କାର୍ତ୍ତିକ ବେହେରା, ଅଜିତ କୁମାର, ପ୍ରଦୀପ ପାଲ, ସୁବ୍ରତ ରାଉତ, ଭରତ ସେଠି, ନିତ୍ୟାନନ୍ଦ ମଣ୍ଡଳ, ପ୍ରକାଶ ନାୟକ, ଦେବାଶିଷ ମଲିକ, ସୁଜିତ ଶର୍ମା, ସୁନୀଲ ରାଜଭର, କରୁଣାକର ପଣ୍ଡା, ସନ୍ତୋଷ ପାଢ଼ୀ, ଦେବୀ, ପ୍ରିତିଶ, ରତ୍ନାକର , ଅଭିଷେକ, ରଂଜିତ, ଶକ୍ତି, ସୀତୁ , ଜନକ ତରାଇ,ଅଲିପସା, ମଞ୍ଜୁନାଥ , ପରମେଶ , ଅଜୟ ବେହରା , କିଶୋର ଓଝା, ମହେଶ୍ୱର ନନା,ଆଦିତ୍ୟ ,ଜୟ ଚନ୍ଦ୍ର ମୁନି ଓ ସମସ୍ତେ.କମିଟି ତରଫରୁ , କାର୍ଯ୍ୟ କାରି ସଭାପତି ଜୀବନ କୁମାର ଓଝା , ସମସ୍ତ କର୍ମ କର୍ତା,ଭକ୍ତ ଓ ପ୍ରବାସୀ ଓଡ଼ିଆ କୁ ଅଶେଷ ଧନ୍ୟବାଦ ଗ୍ୟାମ୍ପନ କରିବା ସଂଗେ ସଂଗେ ଆଗାମୀ ଦିନରେ ମଧ୍ୟ ଏମିତି ପବିତ୍ର କାର୍ଯ୍ୟ ଅବ୍ୟାହତି ରହିବ ବୋଲି ପ୍ରକାଶ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଛକଟାକୁ ତୀବ୍ର ବିରୋଦ୍ଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

ଗଛକଟାକୁ ତୀବ୍ର ବିରୋଦ୍ଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

Read More...

ଛତ୍ରପୁର : ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପନ

ଛତ୍ରପୁର : ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: