ବରିଷ୍ଠ ସାମ୍ବାଦିକ ଜ୍ୟୋତିରଂଜନ ଦାସଙ୍କ ଧର୍ମପତ୍ନୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା

December 28, 2023, ବିଶେଷ, ଗଞ୍ଜାମ, Gouri Shankar Mishra
ବରିଷ୍ଠ ସାମ୍ବାଦିକ ଜ୍ୟୋତିରଂଜନ ଦାସଙ୍କ ଧର୍ମପତ୍ନୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା
Gouri Shankar Mishra
[ Video Journalist ]
Bhagyaprabha News Bureau
December 28, 2023

ବ୍ରହ୍ମପୁର ଗଣମାଧ୍ୟମ ଜଗତର ବର୍ଷିୟାନ ସାମ୍ବାଦିକ ଜ୍ୟୋତି ରଂଜନ ଦାସ ଙ୍କ ପତ୍ନୀ ତଥା ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ଙ୍କ ଭଉଣୀ ଭାରତୀ ପଟ୍ଟନାୟକ ଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଦିର୍ଘ ସମୟ ଧରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଥିଲେ । ତେବେ କିଛି ଦିନର ବ୍ୟବଧାନ ପରେ ଗତକାଲି ରାତିରେ ଭାରତୀ ପଟ୍ଟନାୟକ ଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ଆଜି ସକାଳୁ ବ୍ରହ୍ମପୁର ସହରର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଆଜି ଭାରତୀ ପଟ୍ଟନାୟକ ଙ୍କ ମର ଶରୀରକୁ ନିଜ ବାସ ଭବନରୁ ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚ କୁ ନିଆଯିବା ପରେ ସେଠାରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ବିଜିପୁର ସ୍ଥିତ କବର ସ୍ଥାନରେ ଭାରତୀ ପଟ୍ଟନାୟକ ଙ୍କ ମର ଶରୀରକୁ କବର ଦିଆଯାଇଥିଲା । ଏହି ଅବସରରେ ସ୍ବର୍ଗତ ଭାରତୀ ପଟ୍ଟନାୟକ ଙ୍କ ପୁଅ ଓ ଝିଅ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ପୁସ୍ତକମେଳା ପାଇଁ ଭୂମି ପୂଜନ

ବ୍ରହ୍ମପୁର ପୁସ୍ତକମେଳା ପାଇଁ ଭୂମି ପୂଜନ

Read More...

ପାରଳାଖେମୁଣ୍ଡି : ଖରିଫ ଧାନ ସଂଗ୍ରହ ନିମନ୍ତେ  ସଚେତନତା ରଥ ଶୁଭାରମ୍ଭ।

ପାରଳାଖେମୁଣ୍ଡି : ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: