ବ୍ରହ୍ମପୁର ପୁସ୍ତକମେଳା ପାଇଁ ଭୂମି ପୂଜନ

December 28, 2023, ବିଶେଷ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର ପୁସ୍ତକମେଳା ପାଇଁ ଭୂମି ପୂଜନ
Gouri Shankar Mishra
[ Video Journalist ]
Bhagyaprabha News Bureau
December 28, 2023

ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁଥିବା ୧୦ ମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ସକାଶେ ଭୂମି ପୂଜନ ହୋଇଯାଇଛି । ସନାତନ ଧର୍ମର ଜଣାଶୁଣା ବ୍ରାହ୍ମଣ ଶ୍ରୀଯୁକ୍ତ ବାସୁଦେବ ରଥ ପୂଜା ଅର୍ଚ୍ଚନା ପୂର୍ବକ ବେଦ ମନ୍ତ୍ର ପାଠ କରି ପରିବେଶର ସୁଧିକାରଣ କରିଥିଲେ । ଏଥିସହ କିପରି ଦଶ ଦିନ ବ୍ୟାପି ଏହି କଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପନ ହେବ ଏହିଦିଗରେ ଆଲୋଚନା ହୋଇଥିଲା । ଓଡିଶା , ଓଡିଶା ବାହାରୁ ଅନେକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏହି ପୁସ୍ତକ ମେଳାରେ ଯୋଗ ଦେବେ ବୋଲି ପୁସ୍ତକ ମେଳା କମିଟି ସଭାପତି କବି ସୁଶାନ୍ତ ଦାଶ ସୂଚନା ଦେବା ସହ ପ୍ରତ୍ୟକ ଦିନ କବିତା ପାଠ ,ବିଭିନ୍ନ ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀଯୁକ୍ତ ଦାଶ କହିଥିଲେ । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ କବି ଅଜିତ ସାବତ , ବିଚିତ୍ରା ନନ୍ଦ ବେବର୍ତ୍ତା ,ଅନୀଲ ପାତ୍ର ,ପ୍ରଫୁଲ ତ୍ରିପାଠୀ ,ବି ସତ୍ୟମ ଆଚାରୀ , କପିଳ ଚନ୍ଦ୍ର ମହାନ୍ତି , କୈଳାସ ତ୍ରିପାଠୀ , ବାଲ୍ମୀକି ମହାପାତ୍ର ପ୍ରମୁଖ ଯୋଗଦାନ କରି ପୁସ୍ତକ ମେଳା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୩୯ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୩୯ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

Read More...

ବରିଷ୍ଠ ସାମ୍ବାଦିକ ଜ୍ୟୋତିରଂଜନ ଦାସଙ୍କ ଧର୍ମପତ୍ନୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା

ବରିଷ୍ଠ ସାମ୍ବାଦିକ ଜ୍ୟୋତିରଂଜନ ଦାସଙ୍କ ଧର୍ମପତ୍ନୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: