ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସବୁଜିମା ପରିବେଶ ଭର ଗଣ୍ଡାହାତୀ ଜଳ ପ୍ରପାତ , ପର୍ଯ୍ୟଟକଙ୍କ ମନରେ ରହିଯାଏ ଏହାର ଅଭୁଲା ସ୍ମୁତି ।

December 29, 2023, ବିଶେଷ, ଗଜପତି, Rasmi Ranjan Sahu
ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସବୁଜିମା ପରିବେଶ ଭର ଗଣ୍ଡାହାତୀ ଜଳ ପ୍ରପାତ , ପର୍ଯ୍ୟଟକଙ୍କ ମନରେ ରହିଯାଏ ଏହାର ଅଭୁଲା ସ୍ମୁତି ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
December 29, 2023

ଗଜପତି ଜିଲ୍ଲାରେ ରହିଛି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ମନଲୋଭା ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଗଣ୍ଡାହାତି ଜଳପ୍ରପାତ ଅନ୍ୟତମ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଏହାର ଦୂରତା ପ୍ରାୟ ୪୦ କିମି ଦୂର ହୋଇଥିବା ବେଳେ ରେଶମ ସହର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ଏହାର ଦୂରତା ପ୍ରାୟ ୧୨୦ କିମି । ବର୍ତ୍ତମାନ ଶୀତଋତୁ ହୋଇଥିବା ବେଳେ ଏହି ଋତୁଟି ପିକନିକ ପାଇଁ ଉଚିତ ସମୟ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସୁ ଉଚ୍ଚ ଜଳ ପ୍ରପାତର ଭରପୁର ମଜା ଉଠାଇବା ପାଇଁ ଏଠାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ଜଳ ପ୍ରପାତର ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର କୁଳୁକୁଳୁ ଶ୍ୱବ୍ଦ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହ ମନରେ ଭରି ଦେଇଥାଏ ଆନନ୍ଦର ଲହରୀ । ମନ ମୁଗ୍ଧ କର ସବୁଜିମା ପରିବେଶ ସାଙ୍ଗକୁ ବଣଭୋଜିର ଭରପୁର ମଜା ଉଠାଇବା ପାଇଁ ଏହାର ରହିଛି ଅନେକ ଦର୍ଶନୀୟ ସ୍ଥାନ ଯାହା ଫଳରେ ଏହି ସମୟରେ ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ପର୍ଯ୍ୟକଙ୍କର ଲାଗିଥାଏ ଭିଡ଼ । ସବୁଜିମା ଭରା ଜଙ୍ଗଲ ସାଙ୍ଗକୁ ଜଳପ୍ରପାତରେ ଗାଧେଇବାର ଅନୁଭୂତି ରହିଥାଏ କିଛିଟା ନିଆରା। ଥରେ ଏଠାକୁ ଯେଉଁ ପର୍ଯ୍ୟଟକ ମାନେ ଆସି ଏହାର ସୌନ୍ଦର୍ଯ୍ୟ କୁ ମନ ଭାରି ଉପଭୋଗ କରିଛନ୍ତି ସେମାନଙ୍କ ମନରେ ସବୁଦିନ ପାଇଁ ରହିଯାଇଥାଏ ପର୍ଯ୍ୟଟନ ସ୍ଥଳ ଗଣ୍ଡାହାତି ଜଳ ପ୍ରପାତର ଅଭୁଲା ସ୍ମୁତି । ଏହି ଜଳ ପ୍ରପାତ ଦେଖିବାକୁ ବହୁତ ସୁନ୍ଦର, ସ୍ଵଛ ଶାନ୍ତ ପରିବେଶ ସାଙ୍ଗ କୁ ଜଳ ପ୍ରପାତରେ ଗାଧେଇ ଅତ୍ୟନ୍ତ ଖୁସି ଲାଗିଥିବା କହିଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସିଥିବା ପି.ସଞ୍ଜୀବ କୁମାର । ସେହିଭଳି ଗଣ୍ଡାହାତୀ ଜଳପ୍ରପାତ ଓ ଏହାର ଆଖପାଖ ଅଞ୍ଚଳ ଅତ୍ୟନ୍ତ ସୁନ୍ଦର ସାଙ୍ଗକୁ ମନମୁଗ୍ଧକର , ଏହାର ସୌନ୍ଦର୍ଯ୍ୟକୁ ଆହୁରି ବିକଶିତ କରି ଏହାର ପ୍ରଚାର କରିପାରିଲେ ଅନେକ ବାହାରର ପର୍ଯ୍ୟଟକ ଏହି ସ୍ଥାନକୁ ଆସିପାରିବେ ବୋଲି ସନ୍ତୋଷ କୁମାର ମହାନ୍ତି, ଏଲ ଅବିନାଶ କୁମାର ପ୍ରମୁଖ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ନୂଆ ଓ ଅନର୍ଗତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ନୂଆ ଓ ଅନର୍ଗତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

Read More...

ଗଜପତି ଜିଲ୍ଲା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭ ଉଦଘାଟନ

ଗଜପତି ଜିଲ୍ଲା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭ ଉଦଘାଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: