ହାଇଦ୍ରାବାଦର ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଓ ବାଲୁକାଶିଳ୍ପୀ ସତ୍ୟ ମହାରଣା

January 04, 2024, ଦେଶଦୁନିଆ, ଗଞ୍ଜାମ, Gouri Shankar Mishra
ହାଇଦ୍ରାବାଦର ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଓ   ବାଲୁକାଶିଳ୍ପୀ ସତ୍ୟ ମହାରଣା
Gouri Shankar Mishra
[ Video Journalist ]
Bhagyaprabha News Bureau
January 04, 2024

ବ୍ରହ୍ମପୁର- ହାଇଦ୍ରାବାଦର ରବୀନ୍ଦ୍ର ଭାରତୀ ଠାରେ ଆନ୍ତର୍ଜାତିକ କାଲ୍ସିକଲ୍ ଓ ଲୋକକଳା ଫେଷ୍ଟିବଲ୍ ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନା ଭାଷା ସଂସ୍କୃତି ଓ ସଂସ୍କୃତି କଳା ନିକେତନ ତରଫରୁ କାର୍ଯ୍ୟକ୍ରମ ହୋଇଛି । ସଂସ୍କୃତି କଳା ନିକେତନର ପ୍ରତିଷ୍ଠାତା ସଂଯୁକ୍ତା ପଣ୍ଡା ଓ ଗୁରୁ ଡ .ସୁଦୀପ୍ତା ପଣ୍ଡା ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । ନୂତନ ବର୍ଷ ଆରମ୍ଭରୁ ଏ ଭଳି ପ୍ରୋଗ୍ରାମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ୮ ଜଣ ଗୁରୁ ଙ୍କୁ ପଦ୍ମଜ୍ୟୋତି ସମ୍ମାନିତ କରାଯାଇଥିଲା । ଓଡିଶା ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ ଙ୍କୁ ଫ୍ଲୋରିସ କଲ୍ଚର ଇଣ୍ଡିଆନ ଆଇକନ୍ ଆ ୱାର୍ଡ (Flourish culture Indiana icon award )ନାମରେ ଏହି ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନ ପ୍ରଦାନ କରାଯାଇଥିଲା । ସାମ୍ୱାଦିକ ସୁଦୀପ ବି ଦୁଇଟି ଓଡ଼ିଆ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ । ଏପରି ସମ୍ମାନ ଲାଗି ସାମ୍ୱାଦିକ ସୁଦିପ ଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।ସୂଚନାଯୋଗ୍ୟ ସାମ୍ୱାଦିକ ସୁଦୀପ ଏହା ପୂର୍ବରୁ ବହୁ ସର୍ବଭାରତୀୟ ,ରାଜ୍ୟ, ଜିଲ୍ଲା ଓ ବ୍ରହ୍ମପୁରର ବହୁ ଅନୁଷ୍ଠାନ ତରଫରୁ ୫୦୦ ରୁ ଉର୍ଦ୍ଧ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି । ସେ ଜଣେ ଭଲ ଗାୟକ ,ଅଭିନେତା, ସଂଯୋଜକ, ଲେଖକ, ସଂଗଠକ ଓ ସାମ୍ୱାଦିକ ଭାବେ ସବୁରି ପରିଚିତ ଅଟନ୍ତି। ଏହି ଅବସରରେ ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା ଙ୍କୁ ମଧ୍ୟ ସମ୍ମାନୀତ କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋକସଭା ସାଂସଦ ଓ ସଂସ୍କୃତ ବିଭାଗର ଅଧକ୍ଷା ମାମିଡି ହରି କ୍ରୀଷ୍ଣା ସହ ଅଭିନେତା ଓ ମଡେଲ ଉପସ୍ଥିତ ରହିଥିଲେ । ଏଥିରେ ୪୦୦୦ ରୁ ଅଧିକ ଲୋକ ରହି ଓଡ଼ିଶା କଳା ସଂସକୃତି ଉପଭୋଗ କରିଥିଲେ ।ଶେଷରେ ଜି.ଏସ ରାଜୁ ଧନ୍ୟବାଦ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିସିଟିଏନସି ପଦ୍ଧତିରେ ସେବା ଯୋଗାଇବାରେ ଗଞ୍ଜାମ ପୋଲିସ ରାଜ୍ୟରେ ପ୍ରଥମ

ସିସିଟିଏନସି ପଦ୍ଧତିରେ ସେବା ଯୋଗାଇବାରେ ଗଞ୍ଜାମ ପୋଲିସ ରାଜ୍ୟରେ ପ୍ରଥମ

Read More...

ବ୍ରହ୍ମପୁର ଢୋଲିଆ ମହାସଂଘର ବୈଠକ,ସଭାପତି ଭାବେ ଲୋକନାଥ ସାମନ୍ତରା ମନୋନୀତ

ବ୍ରହ୍ମପୁର ଢୋଲିଆ ମହାସଂଘର ବୈଠକ,ସଭାପତି ଭାବେ ଲୋକନାଥ ସାମନ୍ତରା ମନୋନୀତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: