ବଜରଙ୍ଗ ଦଳ ନାଁରେ ହେଉଛି ଅପପ୍ରଚାର ମିଥ୍ୟା କେସରେ କରାଯାଉଛି ଗିରଫ

January 06, 2024, ଅପରାଧ, ଗଞ୍ଜାମ, Santosh Kumar Mishra
ବଜରଙ୍ଗ ଦଳ ନାଁରେ ହେଉଛି ଅପପ୍ରଚାର ମିଥ୍ୟା କେସରେ କରାଯାଉଛି  ଗିରଫ
Santosh Kumar Mishra
[ Special Correspondent ]
Bhagyaprabha News Bureau
January 06, 2024

ଛତ୍ରପୁର-ପ୍ରତିଦିନ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଦେଇ ହଜାର ହଜାର ଗୋ ମାତାଙ୍କୁ ଚାଲାଣ କରାଯାଉଛି । ଆଉ ଏହି ଗୋ ଚାଲାଣ ଗାଡିକୁ ଅନେକ ଥର ବଜରଙ୍ଗ ଦଳର କର୍ମୀ ମାନେ ଧରି ଗାଈ ମାନଙ୍କୁ ଉଦ୍ଧାର କରିଥିବାର ଦେଖିବାକୁ ମିଳିଛି ହେଲେ ଗଲା କିଛି ଦିନ କିଛି କୁ ଚକ୍ରି ଗୋ ମାଫିଆ ଏବଂ ଏହା ସହ ଜଡ଼ିତ ଗୋଟେ ରାକେଟ ବଜରଙ୍ଗ ଦଳକୁ ବଡ଼ନାମ କରିବା ପାଇଁ ମିଛ କେସ ସହ ଅପପ୍ରଚାର କରୁଛନ୍ତି ଏହାର ପ୍ରତିବାଦରେ ଆଜି ଛତ୍ରପୁର ଠାରେ ବଜରଙ୍ଗ ଦଳ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଗୋ ମାତାଙ୍କ ପରି ନିରୀହ ଜୀବଙ୍କ ସୁରକ୍ଷା ବର୍ତମାନ କାହା ହାତରେ । କିଛି ଗାଈ ଗୋରୁ ଚୋରି କରି ଚାଲାଣ ହେଉଥିବା ବେଳେ କିଛି ଗାଈ ଗୋରୁ ବିଭିନ୍ନ ରୋଗ ହେଉ ବା ମୋଟର ଜାନ ଧକ୍କାରେ ଜୀବନ ହାନି ସହିତ ମାଡ ହୋଇ ଜୀବନ ବଞ୍ଚାଇବାର ରାହା ଖୋଜୁଥିବା ବେଳେ ବଜରଙ୍ଗ ଦଳ ତରଫରୁ ସେମାନଙ୍କ ସୁରକ୍ଷା ପାଇଁ ନିଜ ପକେଟ ଖର୍ଚ୍ଚ ରେ ସେବା ଯୋଗାଇ ଦେଉଥିବା ନଜରକୁ ଆସିଛି l ବଜରଙ୍ଗ ଦଳ ସବୁବେଳେ ଖାଲି ଗୋ ମାତାଙ୍କୁ ସୁରକ୍ଷା ଦେଇଆସିଛନ୍ତି ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବ ଏବଂ କୌଣସି ବି ଅପପ୍ରଚାର ଗୋ ସୁରକ୍ଷାରେ ପ୍ରତିବନ୍ଧକ ସାଜିପାରିବ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଗୋ ବୋଝେଇ ଗାଡି ଧରିବା ପୂର୍ବରୁ ଆଗୁଆ ନିକଟସ୍ଥ ଥାନା କୁ ଅବଗତ କରାଯାଇ ଗୋରୁ ବୋଝେଇ ଗାଡି ଧରାଯିବ ବୋଲି ସୂଚନା ଦେଇଛନ୍ତି । ଖାଲି ଗଞ୍ଜାମ ଜିଲ୍ଲା ନୁହେଁ ପୁରା ରାଜ୍ୟରେ ଗୋ-ଚାଲାଣ ବନ୍ଦ କରାଯିବା ସହ ପ୍ରାଣୀ ସୁରକ୍ଷା ଆଇନକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ଦାବୀ କରିଛନ୍ତି ଦଳର କର୍ମକର୍ତ୍ତା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମର୍ଣ୍ଣିଂ ୱାକ୍‌ ପରେ କିପରି ପାଣି ପିଇବେ; ଥଣ୍ଡା ନା ଗରମ

ମର୍ଣ୍ଣିଂ ୱାକ୍‌ ପରେ କିପରି ପାଣି ପିଇବେ; ଥଣ୍ଡା ନା ଗରମ

Read More...

ଆସନ୍ତାକାଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗୋପାଳପୁର ବନ୍ଦର ଗ୍ରସ୍ତ

ଆସନ୍ତାକାଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗୋପାଳପୁର ବନ୍ଦର ଗ୍ରସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: