ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସିଧାପ୍ରସାରଣରେ କୁକୁଡାଖଣ୍ଡି ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 18, 2024, ଓଡ଼ିଶା, ଗଞ୍ଜାମ, Sri Jaganath Tripathy
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସିଧାପ୍ରସାରଣରେ କୁକୁଡାଖଣ୍ଡି ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
January 18, 2024

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସିଧାପ୍ରସାରଣରେ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।ନୂଆ ଇତିହାସ ଲେଖିଲା ଶ୍ରୀକ୍ଷେତ୍ର ଯୋଡ଼ି ହେଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ପରିକ୍ର ପରିକ୍ରମା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଲେ ଗଜପତି। ବିଶ୍ବ ଶୁଣୁଛି, ଓଡ଼ିଶା କହୁଛି ଜୟ ଜଗନ୍ନାଥ ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଉଭୟ ଉଭୟ ମୁଖ୍ୟମନ୍ତ୍ରୀ ଓ ଗଜପତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସମୁଦ୍ରକୂଳରୁ ସିଂହଦ୍ଵାର, ବଡ଼ଦାଣ୍ଡରୁ ବଡ଼ ଦେଉଳ ସବୁଠି ସାଜସଜ୍ଜା ଓ ସୁନ୍ଦରତା। ମନୁ ଓ ବେଦପାଠ ସହ ଜୟ ଜଗନ୍ନାଥ ଧ୍ବନିରେ ଉତ୍ସବ ମୁଖର ହୋଇ ପଡିଛି ପୁରୁଷୋତ୍ତମ କ୍ଷେତ୍ର। ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର । ପରିକ୍ରମା ମାର୍ଗ, ଶ୍ରୀମାର୍ଗ, ଶ୍ରୀସେତୁ, ପିଲିଗ୍ରୀମ୍ ସେଣ୍ଟର, ବଡ଼ଦାଣ୍ଡ, ଅଠରନଳା, ସ୍ବର୍ଗଦ୍ବାର, ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରଭୃତି ସହରର ସମସ୍ତ ସ୍ଥାନ ରଙ୍ଗିନ୍ ଆଲୋକମାଳାରେ ଝଲମଲ କରୁଛି । ବଡ଼ଦାଣ୍ଡ ମାର୍କେଟ ନିଟ ଛକରେ ସନ୍ଧ୍ୟା ହେଲେ ଲେଜର ଶୋ ମାଧ୍ଯମରେ କା କାଞ୍ଚି ଅଭିଯାନ କଥାବସ୍ତୁ ପ୍ରଦର୍ଶିତ ହେଉଛି । ପରିକ୍ରମା ମାର୍ଗରେ ବିଭିନ୍ନ ପ୍ରକାର ଚିତ୍ରକଳା କଳାକାର ମାନଙ୍କ ଦ୍ବାରା ହୋଇଯାଇଛି । ଜଗନ୍ନାଥ ବଲ୍ଲଭରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ପରିକ୍ରମା ପ୍ରକଳ୍ପ ମଡେଲ ପ୍ରଦର୍ଶନକୁ ନେଇ ସ୍ଵତନ୍ତ୍ର ମଣ୍ଡପ ପ୍ରସ୍ତୁତ ହୋଇଛି। ଭକ୍ତି ଭାବନା ଓ ଆଧ୍ୟାତ୍ମିକତାରେ ସାରା ସହର ଏବେ ଝୁମୁଛି । ବଡ଼ଦାଣ୍ଡରେ ଭକ୍ତି ଖୋଲା ମନରେ ବେଶ ଆବେଗର ସହ କହୁଛି ଜୟ ଜଗନ୍ନାଥ । ଭକ୍ତି ଓ ଭାବରେ ଗଦଗଦ ହୋଇ ପଡ଼ୁଛନ୍ତି ଭକ୍ତିମଣ୍ଡଳୀ । ଛୋଟବଡ଼, ଜାତି ଅଜାତିର ଭାବନା ନାହିଁ । ଶ୍ରଦ୍ଧାଳୁ ହେଉଛି । ଗୋଟିଏ ଭଜନ କୀର୍ତନ କରି ପରିକ୍ରମାମୁହାଁ ହେ ଲକ୍ଷ୍ୟ ରତ୍ନସିଂହାସନରେ ମହା ହାସନରେ ମହାପ୍ରଭୁଙ୍କୁ ଦ ଦର୍ଶନ କରିବି ଆଉ ବଡ଼ଦେଉଳକୁ । ଏହି ପ୍ରକଳ୍ପ ସିଧାସଳଖ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓ କୁକୁଡାଖଣ୍ଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ପଲ୍ଲବୀ ସ୍ଵାଇଁ, ସରପଞ୍ଚ ବନ୍ଦନା ସେଠୀ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତିରେ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ଗଜପତିରେ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Read More...

ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଅବସରରେ ନାଟକ ଦେବନର୍ତ୍ତକୀ ମଞ୍ଚସ୍ଥ

ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଅବସରରେ ନାଟକ ଦେବନର୍ତ୍ତକୀ ମଞ୍ଚସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: